Only for Entertainment

ପାକିସ୍ତାନ ଲଂଚ କଲା ନିଆରା ରକେଟ, ଏହି ବଲିଉଡ ଅଭିନେତା ଶେୟାର କଲେ ଭିଡିଓ !

143

ବଲିଉଡ ଅଭିନେତା ଅରଶଦ ବାରସୀ ଫିଲ୍ମରେ ନିଜ ଜବରଦସ୍ତ ଭୂମିକା ପାଇଁ ପରିଚିତ । ମୁନ୍ନାଭାଇରେ ସର୍କିଟ ଭୂମିକା ତାଙ୍କୁ ଏକ ପରିଚୟ ଦେଇଥିଲା ଯାହା ସୁପରହିଟ ହୋଇଥିଲା । କିନ୍ତୁ ଅରଶଦ ବାରସୀ ନିକଟରେ ନିଜ ଟ୍ୱିଟର ଅକାଉଂଟରେ ଭିଡିଓ ଶେୟାର କରିଛନ୍ତି । ଅରଶଦ ବାରସୀଙ୍କ ଟ୍ୱିଟର ଅକାଉଂଟରେ ଶେୟାର ହୋଇଥିବା ଭିଡିଓ ପାକିସ୍ତାନର ଶୁଣିବାକୁ ମିଳିଛି , ଯେଉଁଠାରେ କିଛି ଲୋକମାନେ ନିଆରା ରକେଟ ଲଂଚ କରୁଥିବାର ନଜର ଆସିଛନ୍ତି । ଅରଶଦ ଏହି ଭିଡିଓକୁ ଶେୟାର କରି ଏହାର ମଜା ଉଠାଇଛନ୍ତି ।

ଅରଶଦ ଏହି ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ ତାଙ୍କୁ କୌଣସି ଆଇଡିଆ ନଥିଲା ଯେ ପାକିସ୍ତାନ ମଧ୍ୟ ନିଜ ରକେଟ ଲଂଚ କରିଦେଇଛି । ଅରଶଦ ବାରସୀଙ୍କ ଏହି ଟ୍ୱିଟରେ ଲୋକମାନେ ଅନେକ ପ୍ରତିକ୍ରିୟାରେ ଦେବାକୁ ଲାଗିଛନ୍ତି । ଏହି ଟ୍ୱିଟ ସେ ‘ଚନ୍ଦ୍ରାୟାନ୨’ଖବର ଆସିବା ପରେ ଶେୟାର କରିଥିଲେ । ଏଠାରେ ଆମେ କହି ରଖୁଛୁ ଯେ ଅରଶଦ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରୁହନ୍ତି । ତାଙ୍କର ଫଟୋ ହେଉ କି ଭିଡିଓ ସବୁବେଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଫିଲ୍ମ ‘ପାଗଳପନ୍ତୀ’ରୁ ପୁଣିଥରେ ପରଦାରେ ଧମାଲ ମଚାଇବାକୁ ଆସୁଛନ୍ତି ଅରଶଦ । ତାଙ୍କର ଏହି ଫିଲ୍ମ ଚଳିତ ବର୍ଷ ୨୨ନଭେମ୍ବରରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ଅରଶଦଙ୍କ ବ୍ୟତୀତ ଅନୀଲ କପୂର, ଜନ ଅବ୍ରାହାମ, ଇଲିୟାନା ଡିକ୍ରୂଜ, ପୁଲକିତ ସମ୍ରାଟ, ସୌରଭ ଶୁକ୍ଳା ଏବଂ ଉର୍ବଶୀ ରୌତେଲା ନଜର ଆସିବେ । ଫିଲ୍ମଟି କମେଡି ଡ୍ରାମା ଫିଲ୍ମ ଉପରେ ଆଧାରିତ,ଯେଉଁଥିରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅନୀଶ ବାଜମୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More