Only for Entertainment

ଶ୍ରୀଲଙ୍କାର ଏହି କ୍ରିକେଟରଙ୍କ ପରଲୋକ ହୋଇଥିବା ନେଇ ଶ୍ରଦ୍ଧାଞ୍ଜଳି ଜଣାଇଲେ ଅର୍ଶଦ ଓ୍ଵାରସୀ, କିନ୍ତୁ…

Bollyworm
24

ସୋସିଆଲ ମିଡିଆରେ ଶ୍ରୀଲଙ୍କାର ପୂର୍ବ କ୍ୟାପ୍‌ଟେନ ଏବଂ ଓ୍ଵାନ୍‌ଡେ କ୍ରିକେଟର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ସନତ୍ ଜୟସୂର୍ଯ୍ୟାଙ୍କ ମୃତ୍ୟୁର ନକଲି ଖବର ଭାଇରାଲ ହେଉଛି । ତେବେ ଖବରଟି ନକଲି ବୋଲି ଜାଣି ନ ପାରି ବଡ଼ ଭୁଲ କରି ଦେଇଛନ୍ତି ବଲିଉଡ୍‌ ଅଭିନେତା ଅର୍ଶଦ ଓ୍ଵାରସୀ । ସେ ନିଉଜ୍‌ର ଲିଙ୍କ୍‌କୁ ନିଜ ପେଜ୍‌ରେ ସେୟାର କରି ସନଥ ଜୟସୂର୍ଯ୍ୟାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଦେଇଥିଲେ ।


ଟୁଇଟ୍‌ କରି, ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ଦୁଃଖଦ ଖବର ବୋଲି ଲେଖିଥିଲେ ଅର୍ଶଦ । ଯାହା ପରେ ଅର୍ଶଦଙ୍କ ପ୍ରଶଂସକ ସନତ୍ ଜୟସୂର୍ଯ୍ୟାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆରମ୍ଭ କରି ଦେଇଥିଲେ । ତେବେ କିଛି ଲୋକ ଏହି ଟୁଇଟ୍‌ ଦେଖି ହସିବା ସହ ସନତ୍ ଜୟସୂର୍ଯ୍ୟା ଏବେ ଜୀବିତ ବୋଲି ସ୍ପଷ୍ଟ କରିଥିଲେ । ଯାହା ପରେ ଅର୍ଶଦଙ୍କୁ ଲୋକେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । କିଛି ଦିନ ହେଲାଣି ପରଦାଠାରୁ ଦୂରରେ ରହିଥିବା ଅର୍ଶଦ ଏବେ ନିଜ ଟୁଇଟ୍‌ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More