Only for Entertainment

ଅର୍ଶୀଙ୍କ ବିରୋଧରେ ଟଙ୍କା ନ ଫେରାଇବାର ଆରୋପ, ପାଲଟାରେ ପୂଜାରୀଙ୍କ ଉପରେ ଲଗାଇଲେ ଯୌନ ଶୋଷଣର କେସ୍

bollyy
0 53

ବିଗ୍ ବସ୍ ୧୧ର ପ୍ରତିଯୋଗୀ ଅର୍ଶୀ ଖାନ ସର୍ବଦା ନିଜ ବୟାନ ଏବଂ ବିବାଦୀୟ ପୋଷ୍ଟ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ବର୍ତ୍ତମାନ ଅର୍ଶୀ ପୁଣିଥରେ ବିବାଦ ଘେରରେ । ଅର୍ଶୀ ଖାନଙ୍କ ଉପରେ ଜଣେ ପୂଜାରୀଙ୍କ ୪୦ ହଜାର ଟାଙ୍କା ନ ଫେରାଇବାର ଆରୋପ ଲାଗାଯାଇଛି । ଅପରପକ୍ଷରେ ଅର୍ଶୀ ଓଲଟା ସେହି ପୂଜାରୀଙ୍କ ଉପରେ ଯୌନ ଶୋଷଣର କେସ୍ ଦାୟର କରନ୍ତି । ରିପୋର୍ଟ ଅନୁସାରେ ସାଇ ଧାମ ମନ୍ଦିର (କାନ୍ଦିୱାଲି)ର ପୂଜାରୀ ରମେଶ ଜୋଶୀଙ୍କ ଠାରୁ ଅର୍ଶୀ ଖାନ ଦୁଇ ବର୍ଷ ପୂର୍ବେ ୪୦ ହଜାର ଟଙ୍କା ନେଇଥିଲେ । ଯାହାକୁ ସେ ଆଜି ପର୍ଯ୍ୟନ୍ତ ପୂଜାରୀଙ୍କୁ ଫେରାଇନାହାନ୍ତି । ଅନେକଥର ପୂଜାରୀ କହିବା ପରେ ମଧ୍ୟ ଅର୍ଶୀ ଟଙ୍କା ନଫେରାଇବାରୁ ମଙ୍ଗଳବାର ସମତା ନଗର ପୋଲିସ ଷ୍ଟେସନରେ ଅର୍ଶୀଙ୍କ ବିରୋଧରେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି ପୂଜାରୀ ।

Arshi-in-Bigg-Boss-11-1280

ପଣ୍ଡିତଙ୍କ କହିବା ଅନୁସାରେ ଅର୍ଶୀ ଖାନଙ୍କ ସହିତ ତାଙ୍କର ଦେଖା ୨୦୧୫ରେ ହୋଇଥିଲା । ଅର୍ଶୀ ମନ୍ଦିରକୁ ଲଗାତାର ଦର୍ଶନ କରିବା ପାଇଁ ଆସୁଥିଲେ । ୫ ଡିସେମ୍ବର ୨୦୧୫ରେ ଅର୍ଶୀ ମନ୍ଦିର ଆସିଥିଲେ ଏବଂ ପଣ୍ଡିତଙ୍କୁ କହିଥିଲେ ତାଙ୍କ ବ୍ୟାଗ ଏବଂ ମେବାଇଲ ଚୋରି ହେଇଯାଇଛି । ଏବଂ ଏହା ମଧ୍ୟ କହିଥିଲେ ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ଚିକିତ୍ସା ପାଇଁ ଟଙ୍କା ଦରକାର ଏବଂ ପଣ୍ଡିତ ତାଙ୍କୁ ୪୦ ହଜାର ଟଙ୍କା ଦେଇଥିଲେ ଏହାପରେ ଅର୍ଶୀ ମନ୍ଦିରକୁ ଆସିନଥିଲେ ଏବଂ ଫୋନ କଲ ମଧ୍ୟ ଉଠାଇବା ବନ୍ଦ କରିଦେଇଥିଲେ । କିନ୍ତୁ ପରେ ସେ କହିଥିଲେ ପ୍ରଯୋଜକ ତାଙ୍କୁ ଟଙ୍କା ଦେଲେ ସେ ଟଙ୍କା ଫେରାଇଦେବେ ।

ଅପରପକ୍ଷରେ ଅର୍ଶୀ ଖାନଙ୍କ ପବ୍ଲିସିଷ୍ଟ ପେଲ୍ନଙ୍କ କହିବା ଅନୁସାରେ ଅର୍ଶୀ ପଣ୍ଡିତଙ୍କ ଠାରୁ କୌଣସି ରକମ ନେଇନାହାନ୍ତି । ପଣ୍ଡିତ କେବଳ ଅର୍ଶୀଙ୍କୁ ବଦନାମ କରିବା ପାଇଁ ଚାହୁଁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More