Only for Entertainment

କ୍ୟାରିଅରର ପଂଚମ ହିଟ ଫିଲ୍ମ ଦେଲେ ଆୟୁଷ୍ମାନ ଖୁରାନା

google
32

ନିଜ ଦମଦାର ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ଅଭିନେତା ହେଲେ ଆୟୁଷ୍ମାନ ଖୁରାନା । ସେ ବଲିଉଡକୁ ଲଗାତାର ଭାବେ ଗୋଟିଏ ପରେ ଗୋଟଏ ହିଟ୍ ଫିଲ୍ମ ଦେଇ ଚାଲିଛନ୍ତି । ତାଙ୍କ ଅଭିନିତ ଫିଲ୍ମ ଆର୍ଟିକିଲ-୧୫ ଏହା ମଧ୍ୟରେ ରିଲିଜ୍‍ ହୋଇ ସାରିଛି । ଏହି ଫିଲ୍ମଟି ସୋମବାର ପର୍ଯ୍ୟନ୍ତ ୨୪.୦୨ କୋଟି କରିଥିବା ବେଳେ ମଙ୍ଗଳବାର ଏହା ୩.୬୭ କୋଟି ଆୟ କରିଥିଲା ।

ଆର୍ଟିକିଲ-୧୫ ହେଉଛି ଆୟୁଷ୍ମାନ ଖୁରାନାଙ୍କ କ୍ୟାରିୟରର ଲଗାତାର ୫ମ ହିଟ୍ ଫିଲ୍ମ । ଆର୍ଟିକିଲ-୧୫ ପୂର୍ବରୁ ୨୦୧୭ରେ ତାଙ୍କର ବରେଲି କି ବର୍ଫି, ଓ ଶୁଭ ମଙ୍ଗଲ ସାବଧାନ କରିଥିବା ବେଳେ ୨୦୧୯ରେ ଅନ୍ଧାଧୂନ ଓ ବଧାଇ ହୋକୁ ଅପୂର୍ବ ସଫଳତା ମିଳିଥିଲା । ଆର୍ଟିକିଲ -୧୫ ସିନେମାଟି ସମାଜରେ ଜାତିଆଣ ଭେଦଭାବ କାହାଣୀ ଉପରେ ଆଧାରିତ । ଏହି ଫିଲ୍ମଟି ବର୍ତ୍ତମାନ ଖୁବ୍ ଚର୍ଚ୍ଚାରେ ରହିଛି । କିଛି ଲୋକ ଏହି ଏହି ସିନେମାର ସପକ୍ଷରେ ଥିବାବେଳେ କିଛି ଏକାକୁ ବିରୋଧ କରିଛନ୍ତି ।

ଏହି ଫିଲ୍ମଟିର ନିର୍ମାଣ ୨୮ରୁ ୨୦ କେଟି ଭିତରେ ହୋଇଥିବା ବେଳେ ଏବେ ଏହା ଠାରୁ ଅଧିକ ଆୟ କରିସାରିଲାଣି । ସେହିଭଳି ଆୟୁଷ୍ମାନଙ୍କ ଅନ୍ଧାଧୂନ ୩୨ କୋଟି ଟଙ୍କାରେ ନିର୍ମିିତ ହୋଇଥିବା ବେଳେ ଏହା ୪୪୧.୩୮କୋଟି ଟଙ୍କା ଆୟ କରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More