Only for Entertainment

ରିଲିଜ ହେଲା ଆର୍ଟିକଲ-୧୫’ର ଆଉ ଏକ ଗୀତ ‘ନୈନା’ !

30

ନିଜ ରୋମାଂଟିକ୍ ଅଭିନୟ ପାଇଁ ବଲିଉଡରେ ଲୋକପ୍ରିୟ ହୋଇଥିବା ଅଭିନେତା ଆୟୁଷ୍ମାନ ଖୁରାନାଙ୍କୁ ତାଙ୍କ ଆଗାମୀ ଫିଲ୍ମରେ ଏକ ସିରିୟସ୍ ଲୁକ୍ ଓ ଚରିତ୍ରରେ ଦେଖିବାକୁ ମିଳିବ । ତାଙ୍କ ଆଗାମୀ ଫିଲ୍ମର ଟାଇଟଲ୍ ରହିଛି ‘ଆର୍ଟିକିଲ୍ – ୧୫’ । ଯେଉଁଥିରେ ଜଣେ ଦମଦାର୍ ପୋଲିସ୍ ଅଫିସର୍ ଭାବେ ନଜର ଆସିବେ ଆୟୁଷ୍ମାନ୍ ।

ଚର୍ଚ୍ଚାରେ ଆଗାମୀ ବଲିଉଡ୍ ମୁଭି ଆର୍ଟିକିଲ୍ – ୧୫ । ସିନେମାର ରୋମାଂଟିକ୍ ଗୀତ ‘ନୈନା’ ମୁକ୍ତିଲାଭ କରିଛି । ଆକର୍ଷଣୀୟ ସଙ୍ଗୀତ ସହ ମନଲୋଭା ଗାୟିକୀ ଶୁଣିବାକୁ ମିଳିଛି ଏହି ଗୀତରେ । ଗୀତରେ ଫିଲ୍ମର ଲିଡ୍ ଆୟୁଷ୍ମାନ ଖୁରାନା ଓ ଅଭିନେତ୍ରୀ ଇଷା ତଲୱାରଙ୍କୁ ଦେଖିବାକୁ ମିଳିଛି । ପିୟୁସ୍ ଶଙ୍କରଙ୍କ ସଙ୍ଗୀତରେ ଏହି ଗୀତରେ କଣ୍ଠଦାନ କରିଛନ୍ତି ୟାଶିର୍ ଦେଶାଇ ଓ ଆକାଂକ୍ଷା ଶର୍ମା । ଗୀତର ଲିରିକ୍ସ ଦେଇଛନ୍ତି ରଶ୍ମି ବିରାଗ୍ ।

ସାମାଜିକ ସମସ୍ୟାକୁ ନେଇ ଚଳଚ୍ଚିତ୍ର ଆର୍ଟିକିଲ୍ – ୧୫ର କାହାଣୀ ଗତିଶୀଳ ହୋଇଛି । ସିନେମାରେ ଅଭିନେତା ଆୟୁଷ୍ମାନ ଖୁରାନାଙ୍କୁ ଆଇପିଏସ୍ ଅଫିସର୍ ଭାବେ ଦେଖିବାକୁ ମିଳିବ । ଅନୁଭବ ସିହ୍ନା ଓ ଜି ଷ୍ଟୁଡିଓସ୍ର ପ୍ରଯୋଜନାରେ ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅନୁଭବ ସିହ୍ନା । ୨୮ ଜୁନରେ ପରଦାକୁ ଆସିବ ଏହି ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More