Only for Entertainment

ନିଜ ଛୁଆ ଏବଂ ଘରେ କାମ କରୁଥିବା ବ୍ୟକ୍ତିଙ୍କ ଛୁଆ ମଧ୍ୟରେ ଫରକ କରିନଥିଲେ ଅରୁଣ ଜେଟଲୀ, ଏହା ହେଉଛି ତାହାର ପ୍ରମାଣ

Hindustan Times
301

ଦେଶବାସୀଙ୍କୁ ଶୋକରେ ଭସାଇ ଦେଇ ଆର ପାରିକୁ ଚାଲି ଯାଇଛନ୍ତି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ । ୬୬ବର୍ଷ ବୟସରେ ଦିଲ୍ଲୀସ୍ଥିତ ଏମ୍‌ସରେ ସେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତେବେ ଆର ପାରିକୁ ଚାଲି ଯାଇଥିଲେ ମଧ୍ୟ ସେ କରିଥିବା କାମକୁ ଆଜି ତାଙ୍କ ପ୍ରିୟଜନମାନେ ଝୁରି ହେଉଛନ୍ତି । ସୂଚନା ମିଳିଛି କି, ଅରୁଣ ଜେଟ୍‌ଲୀ ନିଜ ପିଲାମାନଙ୍କୁ ଯେଉଁ ସ୍କୁଲରେ ପଢ଼ାଉଥିଲେ, ସେହି ସ୍କୁଲରେ ସେ ନିଜ ଘରେ କାମ କରୁଥିବା ସହାୟକ-ସହାୟିକାମାନଙ୍କ ପିଲାମାନଙ୍କୁ ମଧ୍ୟ ପଢ଼ାଉଥିଲେ । ସମସ୍ତଙ୍କୁ ସମାନ ଭାବରେ ଦେଖୁଥିବାର ଗୁଣ ଆଜି ତାଙ୍କୁ ସ୍ମରଣୀୟ କରିଛି।

ଅରୁଣ ଜେଟ୍‌ଲୀଙ୍କ ପୁଅ-ଝିଅ ଚାଣକ୍ୟପୁରୀରେ ଥିବା ସ୍କୁଲରେ ପାଠ ପଢ଼ୁଥିବା ବେଳେ ତାଙ୍କ ସହାୟକ-ସହାୟିକାମାନଙ୍କ ପିଲାମାନେ ମଧ୍ୟ ସେଠାରେ ପଢ଼ିଥିଲେ । ଏମିତି କି ଯଦି କୌଣସି ସହାୟକ-ସହାୟିକାମାନଙ୍କ ପିଲା ବିଦେଶ ଯାଇ ପଢ଼ିବାର ଇଚ୍ଛା ରଖୁଥିଲେ, ସେମାନଙ୍କ ଇଚ୍ଛାକୁ ପୂରଣ କରୁଥିଲେ ଜେଟ୍‌ଲୀ ।

ଜେଟ୍‌ଲୀଙ୍କ ଗାଡ଼ି ଚାଳକ ଜଗନ ଓ ସହାୟିକା ପଦ୍ମାଙ୍କ ସମେତ ୧୦ଜଣ କର୍ମଚାରୀ ଜେଟ୍‌ଲୀ ପରିବାର ପାଇଁ ବର୍ଷ ବର୍ଷ ଧରି କାମ କରି ଆସିଛନ୍ତି। ଏମିତି କି ୧୦ଜଣଙ୍କ ମଧ୍ୟରୁ ୩ଜଣଙ୍କ ସନ୍ତାନ ଏବେ ବିଦେଶରେ ରହି ପାଠ ପଢ଼ୁଥିବା ଜଣାପଡ଼ିଛି । ଜେଟ୍‌ଲୀଙ୍କ ପରିବାରରେ ଖାଦ୍ୟପେୟର ପୂରା ଦାୟିତ୍ୱ ନେଇଥିବା ଯୋଗେନ୍ଦ୍ରଙ୍କ ଦୁଇ ଝିଅ ମଧ୍ୟରୁ ଜଣେ ଏବେ ଲଣ୍ଡନରେ ରହି ପାଠ ପଢ଼ୁଥିବା ଜଣାପଡ଼ିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More