Only for Entertainment

ବଲିଉଡରେ ଶାହରୁଖଙ୍କ ପୁଅ ଆର‌୍ୟନ୍ ଖାନଙ୍କ ଡେବ୍ୟୁ , ଆନିମେସନ୍ ଫିଲ୍ମ ପାଇଁ ବାପାଙ୍କ ସହ ଭଏସ୍ ଦେବେ ଆର‌୍ୟନ !

37

ବଲିଉଡରେ ଡେବ୍ୟୁ କରିବେ ଶାହରୁଖ୍ ଖାନଙ୍କ ପୁଅ ଆର‌୍ୟନ୍ ଖାନ୍ । ଏମିତି ଏକ ଖବର ଏବେ ମାୟାନଗରୀରେ ଚର୍ଚ୍ଚା ସାଉଁଟିଛି । ତେବେ ଅଭିନୟ ନୁହେଁ ଭଏସ୍ ଡବ୍ କରିବେ କିଙ୍ଗ ଖାନଙ୍କ ପୁଅ ଆର‌୍ୟନ୍ । ହଲିଉଡ୍ ଆନିମେସନ୍ ଫିଲ୍ମ ‘ଦ ଲାୟନ୍ କିଙ୍ଗ୍’ର ହିନ୍ଦୀ ଭର୍ସନ୍ ପାଇଁ ଭଏସ୍ ଦେବେ ଶାହରୁଖ୍ ଓ ପୁଅ ଆର‌୍ୟନ୍ । ଫିଲ୍ମରେ କିଙ୍ଗ୍ ମୁଫାସାର ଭଏସ୍ ଶାହରୁଖ୍ ଦେବାକୁ ଥିବାବେଳେ, ଆର‌୍ୟନ୍ ଦେବେ ମୁଫାସାର ପୁଅ ସିମ୍ବାର ଭଏସ୍ ।

 

View this post on Instagram

 

Ready for the match with the spirit of #FathersDay. Go India Go!!

A post shared by Shah Rukh Khan (@iamsrk) on

ଏହି ଖବରକୁ ଶାହରୁଖ୍ ନିଜ ସୋସିଆଲ୍ ମିଡିଆ ଜରିଆରେ ସେୟାର୍ କରିଛନ୍ତି । ଶାହରୁଖ୍ ସେୟାର୍ କରିଥିବା ଏକ ଫଟୋରେ ସେ ମୁଫାସାର ଜର୍ସି ପିନ୍ଧିଥିବାବେଳେ, ଆର‌୍ୟନ୍ ସିମ୍ବାର ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More