Only for Entertainment

୨୧ ବର୍ଷରେ ‘କୁଛ କୁଛ ହୋତା ହେ’, ଇମୋସନାଲ ପୋଷ୍ଟ ସେୟାର କଲେ ନିର୍ଦ୍ଦେଶକ କରଣ ଜୋହର

Koimoi
23

୯୦ ଦଶକରେ ପରଦାକୁ ଆସିଥିବା ଚଳଚ୍ଚିତ୍ର କୁଛ କୁଛ ହୋତା ହୈ ରିଲିଜ୍ ହେବାକୁ ଇତି ମଧ୍ୟରେ ବିତି ସାରିଛି ୨୧ ବର୍ଷ । ଶାହରୁଖ୍ ଖାନ୍ – କାଜୋଲ୍ ଓ ରାନୀ ମୁଖାର୍ଜୀଙ୍କ ଏହି ଟ୍ରାଙ୍ଗୁଲାର୍ ଲଭ୍ – ଡ୍ରାମା ବଲିଉଡ୍ ସିନେମା ଇତିହାସରେ ଏକ ମାଇଲ୍ ଷ୍ଟୋନ୍ ଭାବେ ଜଣାଯାଏ । ରିଲିଜ୍ ହେବାର ଏତେ ବର୍ଷ ପରେ ବି ସିନେମାଟି ଦର୍ଶକଙ୍କ ଦ୍ୱାରା ଆଦୃତ ହେଉଛି । ବିଶେଷ କରି ସିନେମାରେ ଶାହରୁଖ୍ ଖାନଙ୍କ ରୋମାନ୍ସ ସିନେପ୍ରେମୀଙ୍କୁ ଆକୃଷ୍ଟ କରିଛି ।

ଶାହରୁଖ୍ – କାଜୋଲଙ୍କ ଏହି ରୋମାନ୍ସ ସିନେ ପ୍ରେମୀ ଆଜି ବି ଦେଖି ହୁଅନ୍ତି ମଦହୋସ । କୁଛ କୁଛ ହୋତା ହୈ ଚଳଚ୍ଚିତ୍ରର ଶାହରୁଖ ଖାନଙ୍କ ଏହି ରୋମାନ୍ସ କେତେ ଯୁବକଙ୍କୁ ଲଭ୍ ଓ ରୋମାନ୍ସ ର ପାଠ ଶିଖାଇଥିବ । ୨୧ ବର୍ଷ ବିତି ଯାଇଛି କୁଛ କୁଛ ହୋତା ହୈ ରିଲିଜ୍ ହେବାକୁ । ହେଲେ ଆଜି ବି ଦର୍ଶକଙ୍କ ଗହଣରେ ଆଦୃତ ହୋଇ ପାରୁଛି କରଣ ଜୋହରଙ୍କ ନିର୍ଦ୍ଦେଶିତ ଏହି ସିନେମାଟି ।

ଧର୍ମାପ୍ରଡକ୍ସନର ବ୍ଲକବଷ୍ଟର ହିଟ ଫିଲ୍ମ ‘କୁଛ କୁଛ ହୋତା ହୈ’ ରିଲିଜକୁ ପୂରିଲା ୨୧ ବର୍ଷ । ୯୦ଦଶକରେ ରିଲିଜ ହୋଇଥିବା ଏହି ଟ୍ରାଙ୍ଗୁଲାର୍ ଲଭଷ୍ଟୋରୀରେ ଶାହରୁଖ୍ – କାଜୋଲ୍ ଓ ରାନୀ ମୁଖାର୍ଜୀଙ୍କ ଅଭିନୟକୁ ସେତେବେଳେ ଦର୍ଶକ କରିଥିଲେ ଢେର୍ ପସନ୍ଦ । ଶାହାରୁଖଙ୍କ ଡାଏଲଗ୍ ହେଉ କିମ୍ବା କାଜୋଲଙ୍କ ଟମବୟ ଲୁକ୍ ଲୁକ । ରାନୀ ମୁଖାର୍ଜୀଙ୍କ ବିନ୍ଦାସ ଅନ୍ଦାଜ ଅଥବା କମେଡି କ୍ୟାରେକ୍ଟର ଅର୍ଚ୍ଚନା ପୁରଣ ସିଂଙ୍କ ଅଭିନୟ । ଯାହା ଆଜି ବି ଫ୍ୟାନ କରନ୍ତି ଉପଭୋଗ । ସିନେମାର ୨୧ ବର୍ଷ ପୂର୍ତିକୁ ନେଇ ନିର୍ଦ୍ଦେଶକ କରଣ ଜୋହର୍ ଏକ ଇମୋସନାଲ ପୋଷ୍ଟ ସେୟାର କରିଛନ୍ତି । ଏହା ସହିତ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ ଫିଲ୍ମର ଏକ ସର୍ଟ ଭିଡିଓ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।

ଏହି ସିନେମାର କାହାଣୀ ହେଉ କି ଡାଏଲଗ୍, ସଙ୍ଗୀତ ହେଉକି କଳାକାରଙ୍କ ଅଭିନୟ ସବୁ କିଛି ଥିଲା ଆକର୍ଷଣୀୟ । ଯାହା ପାଇଁ ବ୍ଲକବଷ୍ଟର୍ ହିଟ୍ ହୋଇପାରିଥିଲା ଫିଲ୍ମଟି । ଧର୍ମାପ୍ରଡକ୍ସନ ବ୍ୟାନରେ ନିର୍ମିତ ହୋଇଥିବା ଏହି ଫିଲ୍ମ ବଲିଉଡ ଦୁନିଆରେ ଏକ ମାଇଲଷ୍ଟୋନ ତିଆରି କରିଛି । ଦୁଇ ଦଶନ୍ଧି ଧରି ଦର୍ଶକଙ୍କ ଦିଲରେ ରାଜ କରୁଛି କୁଛ କୁଛ ହୋତା ହୈ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More