Only for Entertainment

ମୁକ୍ତିଲାଭ କଲା ଓଡିଆ ରୋମାଂଟିକ୍ ମ୍ୟୁଜିକ୍ ଭିଡିଓ ‘ତୁ ମୋର ଜାନୁ’ , ଦେଖିବାକୁ ମିଳିଲା ଷ୍ଟୁଡିଓ ଭର୍ସନ !

341

ଓଲିଉଡ୍ ଇଣ୍ଡଷ୍ଟ୍ରୀରେ ଏବେ ଯୁବପିଢୀର କଣ୍ଠଶିଳ୍ପୀଙ୍କ ଚାହିଦା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଏହି ସିଙ୍ଗର ମାନଙ୍କ ତାଲିକାରେ ରହିଛନ୍ତି, ସ୍ୱୟମ୍ ପାଢୀ । ମାତ୍ର କିଛି ଦିନ ଭିତରେ ସେ ନିଜ ୟୁନିକ୍ ସିଙ୍ଗିଙ୍ଗ ଷ୍ଟାଇଲରେ ଓଲିଉଡ୍ ସ୍ରୋତାଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି । ତାଙ୍କ ସ୍ୱରରେ ମୁକ୍ତିଲାଭ କରିଛି ଏକ ମନଛୁଁଆ ଗୀତ ‘ତୁ ମୋର ଜାନୁ’ । ଗୀତରେ ତାଙ୍କ ସହ ଅସୀମା ପଣ୍ଡାଙ୍କ ଗାୟିକୀ ମଧ୍ୟ ଶୁଣିବାକୁ ମିଳିଛି । କେମିତି ରହିଛି ଏହି ଗୀତଟି ଚାଲନ୍ତୁ ଦେଖିବା ।

ମୁକ୍ତିଲାଭ କଲା ଓଡିଆ ରୋମାଂଟିକ୍ ମ୍ୟୁଜିକ୍ ଭିଡିଓ ‘ତୁ ମୋର ଜାନୁ’ । ଜି ମ୍ୟୁଜିକର ଅଫିସିଆଲ୍ ୟୁଟୁବ୍ ଚ୍ୟାନେଲରେ ଏହି ରୋମାଂଟିକ୍ ଗୀତଟି ମୁକ୍ତିଲାଭ କରିଛି । ଯେଉଁଥିରେ ଗୀତର ଷ୍ଟୁଡିଓ ଭର୍ସନ ଦେଖିବାକୁ ମିଳିଛି । ଏହି ଗୀତରେ ଶୁଣିବାକୁ ମିଳିଛି ସ୍ୱୟମ୍ ପାଢୀ ଓ ଅସୀମା ପଣ୍ଡାଙ୍କ ଆକର୍ଷଣୀୟ ଗାୟିକୀ । ଆକର୍ଷଣୀୟ ସଙ୍ଗୀତ ସହ ହୃଦୟସ୍ପର୍ଶୀ ଲିରିକ୍ସ ଶୁଣିବାକୁ ମିଳିଛି ଏହି ଗୀତରେ । ଏଥିରେ ସଙ୍ଗୀତର ଭାର ତୁଲାଇଛନ୍ତି ସୁସୀଲ୍ ଦଳେଇ ।

ଗୀତିକାର ମୃତ୍ୟୁଂଜୟ ମିଶ୍ର ଏହି ଗୀତର ଲିରିକ୍ସ ଦେଇଛନ୍ତି । ଆଉ ଏଥିରେ ମ୍ୟୁଜିକ୍ ଆରେଂଜ୍ କରିଛନ୍ତି ଅମିତ୍ ରାଜା । ଜି ମ୍ୟୁଜିକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ମ୍ୟୁଜିକ୍ ଭିଡିଓର ପ୍ରଯୋଜନା କରିଛନ୍ତି ଅର୍ଜୁନ୍ । ୟୁଟୁବରେ ମୁକ୍ତିଲାଭ କରିଥିବା ଏହି ରୋମାଂଟିକ୍ ମ୍ୟୁଜିକ୍ ଭିଡିଓକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ରିଲିଜ୍ ହେବାର ମାତ୍ର କିଛି ଘଂଟା ମଧ୍ୟରେ ୩୦ ହଜାର୍ରୁ ଉଦ୍ଧ୍ୱର୍ ଦର୍ଶକ ଏହି ଗୀତକୁ ଦେଖିଥିବାବଳେ, ଆଗକୁ ଏହାର ଚାହିଦା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More