Only for Entertainment

‘ପଟିଆଲା ବେବ୍ସ’ ସେଟରେ ସିଢିରୁ ପଡି ଆହତ ହେଲେ ଅଭିନେତ୍ରୀ ଅଶନୁର କୌର, ନାକ ଓ ଗୋଡରେ ଲାଗିଲା ଆଘାତ

insta pic of ashnoorkaur
30

ଅଭିନେତ୍ରୀ ଅଶନୁର କୌର ଟିଭି ଶୋ’ ‘ପଟିଆଲା ବେବ୍ସ’ ସେଟର ସିଢିରୁ ପଡି ଆହତ ହୋଇଛନ୍ତି । ମିନୀ ଚରିତ୍ରରେ ନଜର ଆସୁଥିବା ଏହି ୧୬ ବର୍ଷିୟ ଅଭିନେତ୍ରୀ ସିଢିରୁ ପଡିବା ଫଳରେ ତାଙ୍କ ନାକ ଏବଂ ଗୋଡରେ ଆଘାତ ଲାଗିଛି । ଗୁରୁବାରଲ ସୁଟିଂ ସମୟରେ ଏହି ଘଟଣା ଘଟିଛି । ସିଢିରେ ଚଢୁଥିବା ବେଳେ ହଠାତ ତାଙ୍କ ଗୋଡ ଖସିଯାଇଥିଲା ଏବଂ ସେ ସିଢିରୁ ଖସି ତଳେ ପଡିଯାଇଥିଲେ ।

 

 

View this post on Instagram

 

Magic happens to those who believe in it✨ . . ? by @amit_dey_photography Curated by @fin.network

A post shared by Ashnoor Kaur (@ashnoorkaur) on

ଘଟଣା ଗୁରୁବାର ଘଟିଥିଲେ ମଧ୍ୟ ଅଶନୁର ଶୁକ୍ରବାର କାମକୁ ଫେରିଥିଲେ । ଘଟଣାକୁ ନେଇ ସେ କହିଛନ୍ତି, ‘ଦୁର୍ଘଟଣା ହଠାତ ଘଟିଥିଲା ଏହା ପରେ ମୋତେ କିଛି ଅନୁଭବ ହୋଇନଥିଲା ମୋ ନାକ ଏବଂ ଗୋଡରେ ଆଘାତ ଲାଗିଛି । କିନ୍ତୁ ମୋତେ ଲାଗୁଛି ସୁଟିଂ ଚାଲିବା ଦରକାର । ଦୁର୍ଘଟଣା ଜୀବନର ଏକ ଅଂଶ ଏଥିପାଇଁ ଶୋ’ ବନ୍ଦ ହୋଇପାରିବ ନାହିଁ’ ।

 

କହିରଖୁଛୁ ଯେ, ଅଶନୁର କୌର ଟେଲିଭିଜନ ଦୁନିଆର ଜଣେ ଚର୍ଚ୍ଚିତ ଚେହେରା । ସେ ଝାଂସୀ କେ ରାଣୀ, ସାଥ ନିଭାନା ସାଥିଆ, ଦେବେ କେ ଦେବ ମହାଦେବ, ବଡେ ଅଛେ ଲଗତେ ହେଁ, ୟେ ରିସ୍ତା କ୍ୟା କହଲାତା ହେ ପରି ଧାରାବାହିକରେ କାମ କରିଛନ୍ତି । ଏଐହା ସହିତ ସେ ବଲିଉଡ ଫିଲ୍ମ ମନମର୍ଜିୟାଁ ଏବଂ ସଂଜୁରେ ବି ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More