Only for Entertainment

Birthday Special : ବଲିଉଡର ପ୍ରଥମ ସୁପରଷ୍ଟାର ଅଶୋକ କୁମାର, ତାଙ୍କର ଏହି ଫିଲ୍ମ ପ୍ରଥମ ଭାରତୀୟ ଫିଲ୍ମ ଭାବେ ଆୟ କରିଥିଲା ଏକ କୋଟି

bhaskarhindi
59

ହିନ୍ଦୀ ସିନେମାର ପ୍ରଥମ ସୁପରଷ୍ଟାର ଅଶୋକ କୁମାରଙ୍କ ଜନ୍ମ ୧୩ ଅକ୍ଟୋବର ୧୯୧୧ରେ ବିହାରର ଭାଗଲପୁରରେ ହୋଇଥିଲା । ପ୍ରଥମେ ତାଙ୍କ ନାମ ମୁକୁନ୍ଦ ଲାଲ ଗାଙ୍ଗୁଲୀ ଥିଲା । ଫିଲ୍ମ ଦୁନିଆରେ ପାଦ ଥାପିବା ପରେ ସେ ତାଙ୍କ ନାମ କୁ ପରିବର୍ତ୍ତନ କରି ଅଶୋକ କୁମାର ରଖିଥିଲେ । ଫିଲ୍ମ ଇଣ୍ଡଷ୍ଟ୍ରୀରେ ଲୋକେ ତାଙ୍କୁ ‘ଦାଦାମୁନୀ(ବଡ ଭାଇ)’ କହି ଡାକୁଥିଲେ ।
ଅଶୋକ କୁମାରଙ୍କୁ କିଏ ବା ନଜାଣେ କିନ୍ତୁ ତାଙ୍କ ପ୍ରଥମ ଫିଲ୍ମ ବିଷୟରେ ବୋଧ ହୁଏ ଅନେକ ଜାଣିନଥିବେ । ତେବେ ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି । ଅଶୋକ କୁମାର ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରିବା ପାଇଁ ଚାହୁଁଥିଲେ କିନ୍ତୁ ଅଭିନେତା ନୁହେଁ ବରଂ ଟେକ୍ନିସିଆନ ହେବା ପାଇଁ । ସେ ସମୟରେ ଅଶୋକ କୁମାରଙ୍କ ଭିଣୋଇ ସଶାଧର ମୁଖର୍ଜୀ ମୁମ୍ବାଇ ‘ବମ୍ବେ ଟକୀଜ’ ରେ ଉଚ୍ଚ ପଦରେ ଥିଲେ । ସଶାଧରଙ୍କ କହିବା ଅନୁସାରେ ଅଶୋକ କୁମାର ବମ୍ବେ ଟକିଜରେ ଲ୍ୟାବ ଆସିଷ୍ଟାଣ୍ଟ ଭାବେ କାର ଆରମ୍ଭ କରିଥିଲେ ।

୧୯୩୬ରେ ବମ୍ବେ ଟକିଜ ଅଧିନରେ ‘ଜୀବନ ନୈୟା’ ନାମକ ଏକ ଫିଲ୍ମ ସୁଟିଂ ହେବା ପୂର୍ବରୁ ହିଁ ଫିଲ୍ମର ଲିଡ ଅଭିନେତ୍ରୀ ଦେବୀକା ରାଣୀ ଏବଂ ଅଭିନେତା ନଜମୁଲ ହସନଙ୍କ ମଧ୍ୟରେ ମତଭେଦ ହୋଇଯାଇଥିଲା । ଏହି କାରଣ ପାଇଁ ଫିଲ୍ମର ପ୍ରଡ୍ୟୁସର ହିମାଂଶୁ ରାୟ ନଜମୁଲଙ୍କ ବଦଳରେ ମୁକୁନ୍ଦଲାଲା (ଅଶୋକ କୁମାର)ଙ୍କୁ ଡକାଇଥିଲେ । କିନ୍ତୁ ଏହାକୁ ନେଇ ଫିଲ୍ମର ନିର୍ଦ୍ଦେଶକ ଖୁସି ନଥିଲେ ଏହା ପରେ ମଧ୍ୟ ମୁକୁନ୍ଦଲାଲ ଗାଙ୍ଗୁଲୀ ପ୍ରଥମ ଥର ପାଇଁ ପରଦାରେ ନଜର ଆସିଥିଲେ । ଫିଲ୍ମରେ ହିମାଂଶୁ ମୁକୁନ୍ଦଲାଲ ନାମକୁ ବଦଳାଇ ଅଶୋକ କୁମାର ରଖିଥିଲେ ।

୧୯୪୩ରେ ଆସିଥିବା ଅଶୋକ କୁମାରଙ୍କ ଫିଲ୍ମ କିସ୍ମତ ସେତେବେଳେ ବକ୍ସ ଅଫିସରେ ମସ୍ତ ରେକର୍ଡ ଭାଙ୍ଗି ଦେଇଥିଲେ । ସବୁଆଡେ ଅଶୋକ କୁମାରଙ୍କ ନାମର ଚର୍ଚ୍ଚା ଆରମ୍ଭ ହୋଇଗଲା ସେ ସମସ୍ତଙ୍କର ପ୍ରଥମ ପସନ୍ଦ ହୋଇଗଲେ । ଅଶୋକ କୁମାରଙ୍କ ଫିଲ୍ମ କିସ୍ମତ ପ୍ରଥମ ଭାରତୀୟ ଫିଲ୍ମ ଭାବେ ବକ୍ସ ଅଫିସରେ ଏକ କୋଟିର ବ୍ୟବସାୟ କରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More