Only for Entertainment

ନବଜୋତ ସିଂ ସିଦ୍ଧୁଙ୍କ ବୟାନକୁ ନେଇ ତାତିଲେ ଅଶୋକ ପଣ୍ଡିତ, ଶୋ’ରୁ ହଟାଇବା ପାଇଁ କଲେ ଦାବି

Bollywood Tadka
55

ଜମ୍ମୁ କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ହାମଲା ପରେ ପୂରା ଦେଶ ଏହାକୁ ନିନ୍ଦା କରୁଛି । ପ୍ରତ୍ୟେକ ଭାରତୀୟଙ୍କ ମନରେ ଆକ୍ରୋଶ ଦେଖାଦେଇଛି । ଭାରତୀୟ ଚାହୁଁଛନ୍ତି ଯେ ଭାରତ ସରକାର ଏହି ଆତଙ୍କବାଦୀମାନଙ୍କୁ ମୁହଁତୋଡ ଜବାବ ଦିଅନ୍ତୁ । ପ୍ରତ୍ୟେକ ଏହା ଉପରେ ନିଜ ନିଜ ବିଚାର ରଖୁଥିବା ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ପଂଜାବର ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁ ଏହି ଆକ୍ରମଣକୁ ନେଇ ଏପରି ଏକ ବୟାନ ଦେଇଛନ୍ତି ଯାହାକୁ ଶୁଣିବା ପରେ ସମସ୍ତଙ୍କ ମନରେ କ୍ରୋଧ ଭାବନା ଜାଗ୍ରତ ହୋଇଛି ।

ନିକଟରେ ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ନବଜୋତଙ୍କ ଏହି ବୟାନକୁ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି । ଅଶୋକ ଟ୍ୱିଟ କରି କହିଛନ୍ତି, ‘ମୁଁ ସୋନି ଟିଭି ଏବଂ ‘ଦ କପିଲ ଶର୍ମା ଶୋ’ରୁ ନବଜୋତ ସିଂ ସିଦ୍ଧୁଙ୍କୁ ବାହାର କରିବା ପାଇଁ ଅପିଲ କରୁଛି । ସେ ଜଣେ ପାକିସ୍ତାନୀ ସମର୍ଥକ ଆଉ ପାକିସ୍ତାନ ଏକ ଆତଙ୍କବାଦୀ ରାଷ୍ଟ୍ର ।’

କହିରଖୁଛୁ ଯେ, ସିଦ୍ଧୁଙ୍କ ଏହି ବୟାନକୁ ନେଇ ଲୋକେ ମଧ୍ୟ ତାଙ୍କୁ ଟ୍ରୋଲ କରିଛନ୍ତି । ଲୋକେ ମଧ୍ୟ କପିଲଙ୍କୁ ଏବଂ ସୋନି ଟିଭିକୁ କହିଛନ୍ତି ଯେ ସିଦ୍ଧୁଙ୍କୁ ଶୋ’ରୁ ବାହାର କରିବା ପାଇଁ । ଯଦି ଏହା ନ ହୁଏ ତେବେ କପିଲ ଶର୍ମାଙ୍କ ଶୋ’ କେହି ଦେଖିବେ ନାହିଁ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ।

ଏହି ଆକ୍ରମଣକୁ ନେଇ ସିଦ୍ଧୁ କହିଥିଲେ ଯେ, ଆତଙ୍କବାଦୀର କୌଣସି ଦେଶ ବା ଧର୍ମ ନଥାଏ ନା କୌଣସି ଜାତି ଥାଏ । ଏହା ପରେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More