Only for Entertainment

ଫେଲ ମାରିନାହିଁ ଅଶୋକ ପତି ଏବଂ ବାବୁସାନଙ୍କ ଯୋଡି ।

Update Odisha
0 39

ଓଲିଉଡ଼ର ଷ୍ଟାର୍ ସନ୍ ବାବୁସାନ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ ଏକ ପ୍ରତିଷ୍ଠିତ ପ୍ରଯୋଜନା ସଂସ୍ଥା ବ୍ରଜରାଜ ମୁଭିଜର ଫିଲ୍ମ ‘ରୋମିଓ ଦ ଲଭରବୟ’ରୁ । ଏହି ଓଡିଆ ଛବିର ନିର୍ଦ୍ଦେଶନା ଦେଇଥିଲେ ହର ପଟ୍ଟନାୟକ । ଏହାପରେ ସେ ଅନେକ ପ୍ରଯୋଜନା ସଂସ୍ଥାର ସିନେମାରେ ଅଭିନୟ କରିଛନ୍ତି ଏବଂ ବେଶ କେତେଜଣ ଜଣାଶୁଣା ନିର୍ଦ୍ଦେଶକଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି ।

ବାବୁସାନ ନିର୍ଦ୍ଦେଶକ ହର ପଟ୍ଟନାୟକ, ହିମାଂଶୁ ପରିଜା, ସୁଧାଂଶୁ, ମୋହନ ସାହୁ, ସୁଶାନ୍ତ ମଣି, ମୃତ୍ୟୁଞ୍ଜୟ ସାହୁ, ବିନି ବ…ନାୟକ, ତାପସ ସରଘରିଆ, ଏସ କେ ମୁରଲୀଧରନ୍, ସୁଧାକର ବସନ୍ତ, ରାଜୁ ସରଭେୟା ପ୍ରମୁଖଙ୍କ ସିନେମାରେ ଅଭିନୟ କରିଛନ୍ତି । ହେଲେ ଜାଣିନ୍ତି ଏଯାବତ ସେ କେଉଁ ନିର୍ଦ୍ଦେଶକଙ୍କ ସହ ସର୍ବାଧିକ ସିନେମାରେ କାମ କରିଛନ୍ତି? ହଁ ଏମାନଙ୍କ ଭିତରୁ ଯେଉଁ ନିର୍ଦ୍ଦେଶକଙ୍କ ସହ ସେ ସର୍ବାଧିକ ସିନେମାରେ କାମ କରିଛନ୍ତି ସେହି ବ୍ୟକ୍ତି ଜଣକ ହେଲେ ଅଶୋକ ପତି । ଏଯାବତ୍ ୧୦ଟି ଓଡିଆ ଛବିରେ ଏଦୁହେଁ ଏକାଠି ହୋଇଛନ୍ତି ।

Ashok-Pati-

ନିର୍ଦ୍ଦେଶକ ଅଶୋକ ପତି ୨୦୦୫ରେ ରିଲିଜ ହୋଇଥିବା ‘ବାଜି’ ସିନେମାରୁ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ଏଥିରେ ସିଦ୍ଧାନ୍ତ ଏବଂ ଶ୍ରୀତମ ଦାସ ନାୟକ ଭୂମିକାରେ ନଜର ଆସିôତଲେ । କିନ୍ତୁ ଯେତେବେଳେ ଅଶୋକ ପତି ଲୁଟୁ ମହାନ୍ତିଙ୍କ “ସଂଜୁ ଆଉ ସଂଜନା’ ସିନେମାର ନିର୍ଦ୍ଦେଶନା ଦେଲେ ସେତେବେଳେ ସେ ବାବୁସାନଙ୍କୁ ନାୟକଭାବେ ନେଇଥିଲେ । ଏହା ହେଲା ଅଶୋକ-ବାବୁସାନ ଯୋଡିଙ୍କର ପ୍ରଥମ ସିନେମା ।

ଏହାପରେ ବାବୁସାନ ଅଶୋକ ପତିଙ୍କ ନିର୍ଦ୍ଦେଶିତ ଲୋଫର, ଦୋସ୍ତି, ଇଡିଅଟ, ଦିୱାନା ଦିୱାନି, ସୁପର ମିଛୁଆ, ତୁ ଯେ ସେଇ, ଲଭ ଷ୍ଟେସନ, ଲଭ ପାଇଁ କୁଛ ଭି କରେଗା, ସିଷ୍ଟର ଶ୍ରୀଦେବୀ ଏବଂ ସୁନ୍ଦରଗଡର ସଲମାନ ଖାନ ପରି ଫିଲ୍ମରେ ନାୟକ ଭୂମିକାରେ ନଜର ଆସିଛନ୍ତି । ଏହା ଅବଶ୍ୟ ଭିନ୍ନ କଥା ଯେ ଏସବୁ ସିନେମାରେ ବାବୁସାନଙ୍କ ନାୟିକା ଭିନ୍ନ ଭିନ୍ନ । ଓଲିଉଡ଼ରେ ଚର୍ଚ୍ଚା ହୁଏ ଯେ ନିର୍ଦ୍ଦେଶକ ଅଶୋକ ପତି ଓ ହିରୋ ବାବୁସାନଙ୍କ ଯୋଡି ବକ୍ସ ଅଫିସରେ ଫେଲ ମାରିନି । ସୁନ୍ଦରଗଡର ସଲମାନ ଖାନରେ ବି ଏହି ଯୋଡି ସେମାନଙ୍କ
ସଫଳତା ଅବ୍ୟାହତ ରଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More