Only for Entertainment

ଏସିଆ କପ ୨୦୧୮ : ଗ୍ରାଉଣ୍ଡରେ ଦେଖିବାକୁ ମିଳିଲା କ୍ୟାପଟେନ କୁଲଙ୍କ ରାଗ, କୁଲଦୀପଙ୍କୁ କହିଲେ ବୋଲିଙ୍ଗ୍ କରିବୁ ନା ବୋଲର ପରିବର୍ତ୍ତନ କରିବାକୁ ପଡିବ । ଦେଖନ୍ତୁ ଭିଡିଓ…

ndtv
0 48

ଏସିଆ କପରେ ମଙ୍ଗଳବାର ସବୁଠୁ ଉତ୍କଣ୍ଠାପୂର୍ଣ୍ଣ ତଥା ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଥିଲା। ଗୁରୁତ୍ୱହୀନ ମ୍ୟାଚ୍ ହୋଇଥିଲେ ବି ଏହା ସବୁଠୁ ଅଧିକ ମନୋରଂଜନ ଯୋଗାଇଥିଲା। ଭାରତ ଏବଂ ଆଫଗାନିସ୍ତାନ ମ୍ୟାଚକୁ ‘ଟାଇ’ କରି ସନ୍ତୁଷ୍ଟ ରହିଲେ। ବାଂଲାଦେଶ ଓ ପାକିସ୍ତାନ ନିକଟରୁ ଶେଷ ଓଭରରେ ହାରିଥିବା ଆଫଗାନିସ୍ତାନ ଶେଷରେ ନିଜକୁ ‘ଟାଇ’ରେ ଶେଷ କରି ସାନ୍ତ୍ୱନାର ସହ ଅଭିଯାନ ଶେଷ କଲା। ତେବେ ଏଭଳି ମ୍ୟାଚ୍ କ୍ରିକେଟ୍ ପ୍ରଶଂସକଙ୍କୁ ପୁନଶ୍ଚ ଦେଖିବା କଥା ଚିନ୍ତା କରିବା କଷ୍ଟକର । ପ୍ରଥମେ ଆଫଗାନିସ୍ତାନ ଟିମ୍ ୮ ୱିକେଟ୍ ହରାଇ ୨୫୨ ରନ୍ କରିଥିଲେ ଏବଂ ଇଣ୍ଡିଆ ନିଜ ସବୁ ୱିକେଟ୍ ହରାଇ ୨୫୨ ରନ୍ କରି ମ୍ୟାଚକୁ ଟାଇ ମୋଡ୍ କୁ ନେଇଯାଇଥିଲା ।

ତେବେ ମ୍ୟାଚ୍ ରୋମାଞ୍ଚକର ଥିବା ବେଳେ ଏହି ସମୟର ଆଉ ଏକ ଚିତ୍ତାକର୍ଷକ ଦୃଶ୍ୟ ଥିଲା ଧୋନିଙ୍କ କ୍ୟାପଟେନ୍ସି । ନିଜର ୨୦୦ ତମ ମ୍ୟାଚ୍ ଖେଳୁଥିଲେ କ୍ୟାପଟେନ୍ କୁଲ୍ । ତେବେ ମ୍ୟାଚରେ ବୋଲର କୁଲଦୀପ୍ ଯାଦବଙ୍କୁ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡିଲା । ମ୍ୟାଚ୍ ଚାଲୁଥିବା ସମୟରେ ଧୋନି କୁଲଦୀପଙ୍କୁ ବୋଲିଙ୍ଗ୍ କରିବା ପାଇଁ କହିଥିଲେ । କିନ୍ତୁ କୁଲଦୀପ୍ ବୋଲିଙ୍ଗ୍ କରିବା ପରିବର୍ତ୍ତେ ଫିଲ୍ଡିଙ୍ଗ୍ କରିବାକୁ ଚାହୁଁଥିଲେ । ଏଥିପାଇଁ ସେ ମାହିଙ୍କୁ ଅନ୍ୟ ପଟକୁ ଯିବାକୁ କହିଥିଲେ । ଯାହାର ପ୍ରତିଉତ୍ତରରେ ମାହି କହିଥିଲେ, “ବୋଲିଙ୍ଗ୍ କରିବୁ ନା ବୋଲର୍ ପରିବର୍ତ୍ତନ କରିବାକୁ ପଡିବ” । ତେବେ ମାହିଙ୍କ ଏହି କଥାବାର୍ତ୍ତା ତାଙ୍କର ଜଣେ ପ୍ରଶଂସକ ରେକର୍ଡ କରିନେଇଥିଲେ ଯାହାକୁ ସେ ଟ୍ୱିଟରରେ ପୋଷ୍ଟ୍ କରିଥିଲେ । ଏହାପରେ କ୍ୟାପଟେନ୍ କୁଲଙ୍କ ବ୍ୟବହାରକୁ ଲୋକ ନାପସନ୍ଦ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More