Only for Entertainment

ଆତ୍ମହତ୍ୟା ତାଲିକା ରେ ଯୋଡି ହେଲା ଆଉ ଏକ ଅଭିନେତାଙ୍କ ନାଁ !

facebook
149

ମୁମ୍ବାଇରେ ଜଣେ ଟେଲିଭିଜନ୍‌ କଳାକାରଙ୍କ ଆତ୍ମହତ୍ୟା ଖବର ଶୁଣିବା ପରେ ଟେଲି ଦୁନିଆରେ ଶୋକରଛାୟା ଖେଳି ଯାଇଥିଲା। ମୃତ ଟେଲିଭିଜନ୍‌ ଅଭିନେତା ରାହୁଲ ଦୀକ୍ଷିତ ବୁଧବାର ସକାଳେ ଆତ୍ମହତ୍ୟା କରିଛନ୍ତି। ରାହୁଲ କାହିଁକି ଆତ୍ମହତ୍ୟା କରିଛନ୍ତି, ତା’ ନେଇ କୌଣସି ସ୍ପଷ୍ଟ ରିପୋର୍ଟ ମିଳି ପାରି ନାହିଁ।

ମହାରାଷ୍ଟ୍ର ପୁଲିସ ରାହୁଲଙ୍କ ମୃତ୍ୟୁକୁ ଏକ ଆକ୍ସିଡେଣ୍ଟାଲ୍‌ ମୃତ୍ୟୁ ନେଇ ମାମଲା ରୁଜୁ କରିଛନ୍ତି। ମାମଲା ରୁଜୁ କରିବା ପରେ ପୁଲିସ ଯାଞ୍ଚ ଆରମ୍ଭ କରି ଦେଇଛି।

ସୂଚନାଯୋଗ୍ୟ, ୨୦୧୬ରେ ଅଭିନେତ୍ରୀ ପ୍ରତ୍ୟୁଷା ବନାର୍ଜୀ ଆତ୍ମହତ୍ୟା କରିବା ପରେ ଅନେକ ବିବାଦ ଛିଡା ହୋଇଥିଲା। ପ୍ରତ୍ୟୁଷା ଟିଭି ସୋ’ ବାଲିକା ବଧୁ’ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ। ସେହିପରି ନିଜ ବ୍ୟକ୍ତିଗତ ଜୀବନରେ ବିତୃଷ୍ଣା ହୋଇ ବଲିଉଡ୍‌ ଅଭିନେତ୍ରୀ ଜିଆ ଖାନ୍‌ ବି ଆତ୍ମହତ୍ୟା କରିଥିଲେ। ୨୦୧୭ରେ ଅସସିୟା ଫିଲ୍ମ ଅଭିନେତ୍ରୀ ଓ ସିଙ୍ଗର ବିଦିଶା ବେଜବରୁଆ ବି ସନ୍ଦିଗ୍ଧ ଅବସ୍ଥାରେ ଆତ୍ମହତ୍ୟା କରିଥିବା ଖବର ମିଳିଥିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More