Only for Entertainment

ଗୁମ୍ଫାରେ ଭରିଗଲା ପାଣି ତ ଘର ବିଛଣାରେ ଆରାମ କରୁଥିବା ନଜର ଆସିଲା ମହାବଳ, ଲୋକମାନେ ଦେଖି କଲେ ଚିତ୍କାର !

73

ଆସାମ ବନ୍ୟା କାରଣରୁ କାଜିରଙ୍ଗା ନ୍ୟାସନାଲ ପାର୍କରେ ପାଣି ଭର୍ତ୍ତି ହୋଇଯାଇଛି । ଯେଉଁକାରଣରୁ ଗୋଟେ ଗଣ୍ଡାର ମୃତ୍ୟୁ ହୋଇଯାଇଛି । ଏହାମଧ୍ୟରେ ଏଭଳି ଶୁଣିବାକୁ ମିଳିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ପକାଇବ । କାଜିରଙ୍ଗା ଇଲାକାରରେ ଏକ ଘରେ ବାଘ ଆରାମ କରୁଥିବାର ଦେଖିବାକୁ ମିଳିଛି । ଯାହାକୁ ଦେଖି ଲୋକମାନେ ଚିତ୍କାର କରିବାକୁ ଲାଗିଥିଲେ ଏବଂ ଚାଂଚଲ୍ୟ ଖେଳି ଯାଇଥିଲା । ବାଘକୁ ଦେଖି ସମସ୍ତେ ଦୂରକୁ ଯାଇ ଛିଡା ହୋଇ ଦେଖୁଥିଲେ । ପାଣି ଭରିଯିବା କାରଣରୁ ବାଘ ଦୌଡି ଦୌଡି ଯାଇ ଘର ବିଛଣାରେ ଆରାମ ନେଉଥିବା ଦେଖିବାକୁ ମିଳିଛି ।

ଗାଁ’ର ଲୋକମାନେ ତୁରନ୍ତ ବଣ ବିଭାଗକୁ ସୂଚନା ଦେଇଥିଲେ । ଏହି ଫଟୋକୁ ୱାଇଲ୍ଡ ଲାଇଫ ଟ୍ରଷ୍ଟ ଇଣ୍ଡିଆ ପକ୍ଷରୁ ଶେୟାର କରାଯାଇଛି । ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବାକୁ ଲାଗିଛି । ଟ୍ୱିଟର ୟୁଜର୍ସଙ୍କ କହିବା ମୁତାବକ ବନ୍ୟାରୁ ବଂଚିବା ପରେ ବାଘ ଖୁବ ଥକି ଯାଇଥିଲା ଏବଂ ସେ ଭୋକିଲା ଥିଲା । ଘର ମାଲିକ ସେତେବେଳେ ଚକିତ ହୋଇଯାଇଥିଲେ, ଯେତେବେଳେ ତାଙ୍କ ଘର ପାଖ ପଡୋଶୀ ବାଘକୁ ଦେଖି ଜୋର ଜୋର ଚିତ୍କାର କରିବାକୁ ଲାଗିଥିଲେ ।

ବନ ବିଭାଗଙ୍କ କହିବା ମୁତାବକ ବାଘକୁ ଶାନ୍ତ କରି ଏବଂ ଏହାକୁ ସୁରକ୍ଷିତ ଭାବେ ବାହାରକୁ ବାହାର କରିବା ପାଇଁ ଚେଷ୍ଟା ଚାଲିଛି । ରାଜ୍ୟର ୨୯ଜିଲ୍ଲା ଖୁବ ଶୋଚନୀୟ ଅବସ୍ଥାରେ ଅଛନ୍ତି । ବନ୍ୟାରେ ୨୯ଜଣ ଲୋକଙ୍କର ଏବେ ପର୍ଯ୍ୟନ୍ତ ମୃତ୍ୟୁ ହୋଇଛି ଏବଂ ୫୭ଲକ୍ଷ ଏହି ବନ୍ୟା ପାଇଁ ପ୍ରଭାବିତ ହୋଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More