Only for Entertainment

ଏହି ସ୍ଥାନରେ ଭୋଳାନାଥଙ୍କ ପୂଜା ହୋଇଛି ବର୍ଜନ ।

punjabkesari
0 33

ଉତ୍ତରାଖଣ୍ଡରେ ଦେବୀ ଦେବତାଙ୍କର ବହୁ ସାରା ମନ୍ଦିର ରହିଛି । ପିଥୌରଗଡ଼ ଠାରୁ ୭୦ କି.ମି ଦୂରରେ କସ୍ୱା ଠାରେ ଏହି ମନ୍ଦିର ରହିଛି । ଯାହାକୁ ଏକ ହଥିୟା ମନ୍ଦିର ବୋଲି କୁହାଯାଏ । ଏହା ଏକ ଶାପଗ୍ରସ୍ତ ମନ୍ଦିର ଅଟେ,ଯେଉଁଠାରେ ପୂଚାର୍ଚ୍ଚନାକୁ ବର୍ଜନ କରାଯାଇଛି । କୁହାଯାଏଯେ କାରିଗର ମାନେ ଏହି ମନ୍ଦିରକୁ ଗୋଟିଏ ହାତରେ ଏକ ରାତିରେ ସଂପୂର୍ଣ୍ଣ କରିଥିଲେ । ଏଠାରେ ସ୍ଥାପିତ ଶିବଲିଙ୍ଗ ଚଟାଣକୁ କାଟି ନିର୍ମାଣ କରାଯାଇଛି । ମନ୍ଦିରର ସାଧାରଣ ପ୍ରବେଶ ଦ୍ୱାର ପଶ୍ଚିମ ଦିଗ ପାଶ୍ୱର୍କୁ ରହିଛି । ମନ୍ଦିରର ମଣ୍ଡପର ଉଚ୍ଚତା ୧.୮୫ ମିଟର ଏବଂ ଓସାର ୩.୧୫ ମିଟର । ଏହି ମନ୍ଦିରକୁ ଦେଖିବା ପାଇଁ ଲୋକ ଦୂର ଦୂରରୁ ପହଂଚିଥାନ୍ତି । କିନ୍ତୁ ପୂଜାର୍ଚ୍ଚନା ବାରଣ ହୋଇଥିବାରୁ କେବଳ ମନ୍ଦିରକୁ ଦେଖି ଫେରିଯାଆନ୍ତି ।

କୁହାଯାଏ ଏକ ମୂର୍ତ୍ତିକାର କଥର କାଟି ପ୍ରତିମା ତିଆରି କରୁଥିଲେ,ଏବଂ ଏକ ଦୁର୍ଘଟଣାରେ ତାଙ୍କ ହାତ କଟି ଯାଇଥିଲା । ଏହାପରେ ସେ ଗୋଟିଏ ହାତରେ ମୂର୍ତ୍ତିିର୍ ତିଆରି କରିବାକୁ ଳାଗିଲେ । ଗ୍ରାମବାସୀ ମାନେ ମଧ୍ୟ ତାଙ୍କର ଗୋଟିଏ ହାତକୁ ନେଇ ବିଭିନ୍ନ ପରିହାସ କରିବାକୁ ଲାଗିଲେ । ସେଥିପାଇଁ ସେ ଗାଁ ଛାଡ଼ି ଯିବାପାଇଁ ନିଷ୍ନତ୍ତି ନେଲେ । ଦିନେ ସେ ଗାଁର ଦକ୍ଷିଣ ଦିଗକୁ ଗଲେ ଯେଉଁଆଡ଼େ ଲୋକମାନେ ଶୌଚାଦି କାର୍ଯ୍ୟ କରିବାକୁ ଯାଉଥିଲେ । ସେଠାରେ ଏକ ବିଶାଳ ଚଟାଣ ଥିଲା ଏବଂ ତାକୁ କାଟି ସେ ସେଠାରେ ଶିବଲିଙ୍ଗ ତିଆରି କରିଥିଲେ । ସକାଳେ ଗାଁ ଲୋକ ସେଠାରେ ସେହି ପ୍ରତିମା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କାରିଗରକୁ ଖୋଜିବା ପରେ ମଧ୍ୟ ପାଇଲେ ନାହିଁ । କିନ୍ତୁ ଯେତେବେଳେ ସ୍ଥାନୀୟ ପଣ୍ଡିତମାନେ ଶିବଲିଙ୍ଗକୁ ଦେଖିଲେ ସେମାନେ ଜାଣିପାରିଲେଯେ କାରିଗର ଶୀଘ୍ରତା ହେତୁ ଶିବଲିଙ୍ଗର ଅର୍ଘାକୁ ବିପରୀତ ଦିଗରେ କରି ଦେଇଛନ୍ତି । ଯାହାକୁ ପୂଜା କରିବା ଫଳଦାୟକ ନୁହେଁ । ଏଭଳି ପ୍ରତିମାକୁ ପୂଜା କରିବା ଅଶୁଭ ହୋଇଥାଏ । ତେଣୁ ସେହି କାରଣରୁ ଏହି ପ୍ରତିମାକୁ ପୂଜା କରାଯାଏ ନାହିଁ । କିନ୍ତୁ ପାଶ୍ୱର୍ରେ ହୋଇଥିବା ସରୋବରରେ ଛୋଟପିଲାଙ୍କର ମୁଣ୍ଡନ ସଂସ୍କାର ହୋଇଥାଏ ।

ଅନ୍ୟ ଏକ କଥା ଅନୁସାରେ ରାଜା ଗାରିଗରଙ୍କ ହାତ କାଟି ଦେଇଥିଲେ । କାରଣ ସେ ଆଉ କୌଣସି ସୁନ୍ଦର ପ୍ରତିମା ନିର୍ମାଣ କରିପାରିବେ ନାହିଁ । କିନ୍ତୁ ରାଜା କାରିଗରଙ୍କ ସାହସକୁ ଭାଙ୍ଗିପାରି ନଥିଲେ । ଗୋଟିଏ ଦିନ କାରିଗର ତାଙ୍କର ଏକ ହାତରେ ଶିବ ମନ୍ଦିର ନିର୍ମାଣ କରିଥିଲେ ଏବଂ ସବୁଦିନ ପାଇଁ ଗାଁ ଛାଡ଼ି ଚାଲି ଯାଇଥିଲେ । ଯେତେବେଳେ ଗାଁ ଲୋକଙ୍କୁ ଏହା ଜଣାପଡ଼ିଲା ସେହି ଦିନ ଠଶରୁ ସେମାନେ ନିଷ୍ପତ୍ତି ନେଲେଯେ ସେମାନଙ୍କ ମନରେ ଶିବଙ୍କ ପ୍ରତି ଶ୍ରଦ୍ଧା ରହିବ କିନ୍ତୁ ରାଜାଙ୍କ କୃତକର୍ମକୁ ବିରୋଧ କରି ସେମାନେ ମନ୍ଦିରରେ ପୂଜାର୍ଚ୍ଚନା କରିବେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More