Only for Entertainment

ଦୁନିଆର ସବୁଠାରୁ ବୟସ୍କ ବ୍ୟକ୍ତି , ୧୧୨ବର୍ଷରେ ମିଳିଛି ବୟସ୍କ ଜୀବିତ ପୁରୁଷର ମାନ୍ୟତା !

khabar ndtv
0 44

ଜାପାନର ଉତ୍ତର ପ୍ରାନ୍ତ ହୋକ୍କାଇଡୋର ନିବାସୀ ୧୧୨ବର୍ଷ ବୟସ୍କ ମସାଜୋ ନୋନକାଙ୍କୁ ବିଶ୍ୱର ସବୁଠାରୁ ବୟସ୍କ ଜୀବିତ ପୁରୁଷର ମାନ୍ୟତା ମିଳିଛି । ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡ ମଙ୍କଳବାର ଦିନ ଏହି ସୂଚନା ଦେଇଛନ୍ତି । ଏକ ସମାଚାର ଏଜେନ୍ସି ସ୍ଥାନୀୟ ଗଣମାଧ୍ୟମ ରିପାର୍ଟ ନେଇ ନୋନକାଙ୍କ ସମ୍ପର୍କରେ କିଛି ତଥ୍ୟ ପ୍ରଦାନ କରିଛନ୍ତି । ନୋନକାଙ୍କ ୨୫ଜୁଲାଇ ୧୯୦୫ରେ ହୋଇଥିଲା । ସେ ଗିନିଜ ୱାର୍ଲ୍ଡ ରେକର୍ଡର ପ୍ରମାଣ ପତ୍ର ପ୍ରାପ୍ତ କରିଛନ୍ତି । ତାଙ୍କୁ ଅଶୋରୋ ସହରର ମେୟରଙ୍କ ଠାରୁ ପୁରଷ୍କାର ସ୍ୱରୂପ କେକ ମିଳିଥିଲା । ଅଶୋରୋରେ ହିଁ ନୋନକାଙ୍କ ଜନ୍ମ ହୋଇଥିଲା ଏବଂ ସେ ଏବେ ତାଙ୍କ ପରିବାର ସହ ଏହିଠାରୁ ମଧ୍ୟ ରହୁଛନ୍ତି ।

ନୋନକାଙ୍କୁ ଟିଭିରେ ସୁମୋ କୁସ୍ତି ଦେଖିବାକୁ ଏବଂ ଗୀତ ଶୁଣିବାକୁ ପସନ୍ଦ । ଗୀନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡ ଏଙ୍ଗିଟର ଏବଂ ମୁଖ୍ୟ କହିଛନ୍ତି ନୋନକାଙ୍କ ଜୀବିତ ଅସାଧାରଣ ଅଟେ । ସେ ଆମକୁ ତାଙ୍କର ମୂଲ୍ୟବାନ ଜୀବନ ଏବଂ ଏହାକୁ କିପରି ଦୀର୍ଘାୟୁ କରାଯାଇ ପାରିବ ସେ ନେଇ ଅନେକ କଥା ବତାଇ ପାରିବେ ।

ନୋନକାଙ୍କ ବଡ ନାତି କୋକି କୁରୋତୋହା କହିଛନ୍ତି ନୋନକା କୌଣସି ସୁବିଧା ପାଇଁ ହସ୍ପିଟାଲ ଯାଆନ୍ତି ନାହିଁ ଏବଂ ତାଙ୍କର ମସ୍ତିଷ୍କ ଠିକ୍ ଭାବେ ଏବେ ମଧ୍ୟ କାମ କରୁଛି । ଏହା ବାସ୍ତବରେ ଆଶ୍ଚର୍ଯ୍ୟଜନକ ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More