Only for Entertainment

ସୁଶାନ୍ତଙ୍କ ହାତରେ ଲାଗିଲା ଜ୍ୟାକପଟ, ଏକା ସାଙ୍ଗରେ ୧୨ଟି ଫିଲ୍ମ?

22

ହାତ ପାଆନ୍ତାରେ ସଫଳତା । ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି ସୁଶାନ୍ତ ସିଂ ରାଜପୂତ । କେତେବେଳେ ଚନ୍ଦ୍ରରେ ଜାଗା କିଣି ତ କେତେବେଳେ ବନ୍ୟା ପ୍ରପିଡ଼ିତଙ୍କୁ ସାହାଯ୍ୟ କରି, ଆଉ କେତେବେଳେ ଗୋଟିଏ ପରେ ଗୋଟିଏ ଫିଲ୍ମ କରି । ତେବେ ନିକଟ ଅତୀତରେ ଫିଲ୍ମ କେଦାରନାଥରେ ନଜର ଆସିଥିଲେ ଏହି ଅଭିନେତା । ଏହି ମଧ୍ୟରେ ରିଲିଜ ହୋଇଛି ସୁଶାନ୍ତଙ୍କ ସୋନଚିଡ଼ିଆ ଫିଲ୍ମର ଟ୍ରେଲର । ଯେଉଁଥିରେ ତାଙ୍କ ପ୍ରଭାବୀ ଚରିତ୍ର ସମସ୍ତଙ୍କୁ ବେଶ ପସନ୍ଦ ଆସିଛି । କିଜି, ମୌନି ଏବଂ ଛିଛୋରେ ଫିଲ୍ମ ମଧ୍ୟ ସାଇନ କରି ସାରିଛନ୍ତି ସୁଶାନ୍ତ ।

ଚଳିତ ଖବର ଅନୁସାରେ ସୁଶାନ୍ତ ୧୨ଟି ଭିନ୍ନ ଭିନ୍ନ ଫିଲ୍ମ ପାଇଁ ନିର୍ମାତା ମାନଙ୍କ ସହିତ ଆଲୋଚନା କରୁଛନ୍ତି । ଏକ ଇଂଟରଭ୍ୟୁରେ ସୁଶାନ୍ତ କହିଛନ୍ତିଯେ କେଉଁ ଫିଲ୍ମଟି ପ୍ରଥମେ କରିବେ ସେହି ବିଷୟରେ ସେ ଜାଣିନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More