Only for Entertainment

ସୁନା ପ୍ରେମୀ ବର, ନିଜ ବିବାହରେ ମୁଣ୍ଡଠାରୁ ପାଦ ପର୍ଯ୍ୟନ୍ତ ପିନ୍ଧିଥିଲେ ସୁନା, କାରଣ ଜାଣିଲେ ଆପଣ ମଧ୍ୟ ନହସି ରହିପାରିବେ ନାହିଁ ।

The Indian Express
0 43

ମହିଳାଙ୍କର ସୁନା ପ୍ରତି ଥିବା ଭଲପାଇବା କାହାକୁ ଅଛପା ନାହିଁ । କିନ୍ତୁ ପାକିସ୍ତାନରେ ଏକ ବ୍ୟକ୍ତିଙ୍କର ସୁନା ପ୍ରତି ଥିବା ଅହେତୁକ ଭଲପାଇବା ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ପାକିସ୍ତାନର ଲାହୋରର ଏକ ବ୍ୟକ୍ତି ନିଜ ବିବାହ ରିସେପସନରେ ଏକ ଗୋଲଡେନ କଲରର ସୁଟ ପିନ୍ଧିଥିଲେ ଯାହାର ମୂଲ୍ୟ ୬୩,୦୦୦ ବୋଲି ଜଣା ପଡିଛି । ଏହି ସୁଟରେ ସୁନାର କ୍ରିଷ୍ଟାଲ ଚକଚକ କରୁଥିବାର ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ ଏହି ବର ପାଖାପାଖି ୧୭ ଲକ୍ଷ ଟଙ୍କାର ସୁନା ଜୋତା ଏବଂ ପ୍ରାୟ ୫ ଲକ୍ଷର ଟାଇ ମଧ୍ୟ ପିନ୍ଧିଥିଲେ । ଏହି ବରର ଜୋତାରେ ୩୨ ଭରି ସୁନା ଲାଗିଥିବା ବେଳେ ଟାଇରେ ୧୦ ଭରି ସୁନା ବ୍ୟବହାର କରାଯାଇଛି ।

ଖବର ଅନୁସାରେ ଏହି ବରର ପୋଷାକରେ ପ୍ରାୟ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଉଛି । ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ବରର ନାମ ହାଜିଫ ସଲମାନ ସାହିଦ ଏବଂ ସେ ଜଣେ ବଜନେସମ୍ୟାନ । ଏପରି ସୁନାରେ ସଜେଇ ହୋଇଥିବାରୁ ସେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରିଥିଲେ ।

ସୁନା ପୋଷାକ ବିଷୟରେ ତାଙ୍କୁ ପଚରାଯିବାରୁ ସେ କହିଥିଲେ ମୁଁ ମୋ ବିବାହରେ କିଛି ଭିନ୍ନ କରିବା ପାଇଁ ଚାହୁଁଥିଲି । ତେବେ ଏହି କାରଣରୁ ସେ ସୁନାର ପୋଷାକ ପିନ୍ଧିଥିଲେ । ଏହି ବ୍ୟକ୍ତି ବାପ-ମାଙ୍କର ଏକମାତ୍ର ପୁଅ ଏବଂ ୭ ଭଉଣୀରେ ଗୋଟିଏ ଭାଇ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More