Only for Entertainment

ଭାରତରେ ରହିଛି ଏପରି ଏକ ମନ୍ଦିର ଯେଉଁଠି ଫୁଲ ନୁହେଁ ମନୋସ୍କାମନା ପୂରଣ ପାଇଁ ଚଢାଯାଏ ପଥର

Webtapri
0 51

ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭକ୍ତ ଅନେକ ପୂଜା, ଅର୍ଚ୍ଚନା କରିଥାଏ । ଚଢାଇଥାଏ ନାନାଦି ପ୍ରକାରର ଭୋଗ । କରିଥାଏ ଜଳାଭିଷେକ । ହେଲେ ଶୁଣି ଆଶ୍ଚର୍ଯ୍ୟ ହେବେ ଶିବ ଶଙ୍କରଙ୍କର ଏଭଳି ଏକ ମନ୍ଦିର ଅଛି ଯେଉଁଠି ଭଗବାନଙ୍କ ଚଢାଯାଇଥାଏ ପଥର । ଭକ୍ତର ମନସ୍କାମନା ପୂରଣ ହେବା ପରେ ସେ ଭଗବାନଙ୍କୁ ଅର୍ପଣ କରିଥାଏ ପଥର…

କର୍ଣ୍ଣାଟକର ମାଣ୍ଡୟାର କରଙ୍ଗାଉଣ୍ଡୁର ବାଭିନାହାଲ୍ଲି ମାର୍ଗରେ ‘କୋଟିକାଲିନା କାଡୁ ବାସପା’ ନାମକ ଏକ ଆଶ୍ଚର୍ଯ୍ୟ ଜନକ ମନ୍ଦିର ରହିଛି । ଯେଉଁଠି ଭଗବାନ ଶିବଙ୍କର ଲିଙ୍ଗରେ ପାଣି ପରିବର୍ତ୍ତେ ପଥର ଚଢାଯାଇଥାଏ । ଏଠାରେ ଭଗବାନ ଶିବଙ୍କୁ ଯେକୌଣସି ଆକାରର ପଥର ଚଢାଇ ଥାନ୍ତି ଭକ୍ତ । ଭକ୍ତଙ୍କ ବିଶ୍ୱାସ ରହିଛି କି ପଥର ଚଢାଇବା ଦ୍ୱାରା ଭଗବାନ ଶିବ ସନ୍ତୁଷ୍ଟ ହୋଇଥାନ୍ତି । ପ୍ରାର୍ଥନା ସମୟରେ ଭଗବାନଙ୍କୁ ୩ ରୁ ୫ ପଥର ଚଢାଯାଇଥାଏ । ଏହି ମନ୍ଦିରର ନିଆରା ମାହାତ୍ମ୍ୟ ଯୋଗୁଁ ମନ୍ଦିର ବେଢାରେ ଦେଖିବାକୁ ମିଳିଥାଏ ବିଭିନ୍ନ ଆକାରର ପଥର ।

temple

କୋଟିକାଳିନା କାଡୁ ବାସପା ମନ୍ଦିରର ଅନ୍ୟ ଏକ ବିଶେଷତା ହେଉଛି ଏଠାରେ ପୂଜା କରିବା ପାଇଁ କେହି ପୂଜାରି ନଥାନ୍ତି । ଏଠାକୁ ଆସୁଥିବା ଭକ୍ତ ନିଜେ ଭଗବାନଙ୍କୁ ପୂଜା କରିଥାନ୍ତି । ମନ୍ଦିରରେ ଭଗବାନ ଶିବଙ୍କର ଏକ ଲିଙ୍ଗ ଭକ୍ତ କାଡୁ ନାମରେ ପୂଜା କରିଥାନ୍ତି । ମନ୍ଦିରର ପରମ୍ପରା ଅନୁଯାୟୀ ଯଦି କୌଣସି ଭକ୍ତର ମନୋସ୍କାମନା ପୂରଣ ହୋଇନଥାଏ, ସେ ତାର ଚାଷ ଜମିରୁ ପଥର ଆଣି ଏଠାରେ ଚଢାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More