Only for Entertainment

ସାରା ଦୁନିଆ ଥିଲା ଭାରତ ବିରୁଦ୍ଧରେ,କିନ୍ତୁ ବାଜପେୟୀ ସମ୍ଭାଳିଥିଲେ ଅର୍ଥବ୍ୟବସ୍ଥା ।

aajtak
0 56

ଅଟଳ ଯୁଗର ଏକ ଅବସାନ ସରିଛି,କିନ୍ତୁ ରହି ଯାଇଛି ବାଜପେୟୀଙ୍କ ଅଭୁଲା କିର୍ତ୍ତୀ । ସମସ୍ତଙ୍କ ହୃଦୟର ସେ ହେଉଛନ୍ତି ଜଣେ ଅଭୁଲା ମଣିଷ । ଜୀବନର ପ୍ରତ୍ୟେକଟି ଅର୍ଥକୁ ବୁଝି ପ୍ରତି ସୁବିଧା ଅସୁବିଧାରେ ସେ କେବେ ମଧ୍ୟ ଭାରତର ସାଥ ଛାଡ଼ି ନାହାଁନ୍ତି । ମାତ୍ର ଦୁଇ ମାସ ମଧ୍ୟରେ ଅଟଳ ବିହାରୀ ବାଜପେୟୀ ଭାରତକୁ ନ୍ୟୁକ୍ଲିୟର ପାୱାର ଘୋଷଣା କରି ପୋଖରାନରେ ୫ଟି ନ୍ୟୁକ୍ଲିୟର ପରୀକ୍ଷଣକୁ ଗ୍ରୀନ ସିଗନାଲ ଦେଇଥିଲେ । ଏହି ନିଷ୍ପତ୍ତି ଦେଶକୁ ଏଭଳି ଏକ ପରିସ୍ଥିତିରେ ଛିଡ଼ା କରାଇଲା ଯେଉଁ ପରିସ୍ଥିତିରେ ପୂରା ଦୁନିଆ ଭାରତ ବିରୋଧୀ ହୋଇଗଲା । ଆର୍ଥିକ ପ୍ରତିବନ୍ଧ ସହିତ ଭାରତର ଆମେରିକା,ଚୀନ,ପାକିସ୍ତାନ ସମେତ ଅନ୍ୟ କେତେକ ଦେଶ ସହିତ ସଂପର୍କରେ ପୂର୍ଣ୍ଣଛେଦ ପଡ଼ିଗଲା । ଏହାପରେ ଆର୍ଥିକ ଉଦାରୀକରଣର ନିଷ୍ପତ୍ତି ନିଆଗଲା । ଖାସ କଥା ହେଉଛି କଂଗ୍ରେସ ସରକାର ଏବଂ ୧୯୯୮ରେ ହୋଇଥିବା ଅଟଳ ବିହାରୀଙ୍କ ସରକାର ମଧ୍ୟରେ ଅନ୍ୟ ୩ ଜଣ ପ୍ରଧାନମନ୍ତ୍ରୀ ହୋଇ ସାରିଥିଲେ । ଆର୍ଥିକ ପରିସ୍ଥିତି ସହିତ ରାଜନୈତିକ ଅସ୍ଥିରତା ମଧ୍ୟ ନଜର ଆସିଥିଲା ।

ଗୋଟିଏ ପରେ ଗୋଟିଏ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା ଅଟଳଙ୍କୁ । ଆମେରିକା ଭଳି ଅନ୍ୟ କେତେକ ଦେଶ ଆର୍ଥିକ ପ୍ରତିବନ୍ଧ ସୃଷ୍ଟ କରିଦେଲେ । ତଥାପି ନିଷ୍ପତ୍ତିରୁ ଓହରି ନଥିଲେ ଅଟଳ । ସଂସଦରେ ଏହି ବିଷୟରେ ଆଲୋଚନା ହେବା ସମୟରେ ବାଜପେୟୀ କହିଥିଲେଯେ ଏହି ପରୀକ୍ଷଣକୁ ଭାରତ ବହୁ ପୂର୍ବରୁ କରିବାର ଥିଲା । ୧୯୯୧ ଓ ୧୯୯୬ରେ କଂଗ୍ରେସ ସରକାର ଏହି ଟେଷ୍ଟ କରିବାକୁ ଚେଷ୍ଟ କରିଥିଲେ,କିନ୍ତୁ ଆମେରିକାର ଚାପରେ ଏ ସବୁ ସମ୍ଭବ ହୋଇପାରିନଥିଲା । ଏହି କଥାକୁ ପୁଣିଥରେ ଉଠାଇ ୨୦୦୪ରେ ବାଜପେୟୀ ପୂର୍ବ ପ୍ରଧାନମନ୍ତ୍ରୀ ନରସିଂହାଙ୍କୁ ଶ୍ରଦ୍ଧାଂଜଳି ଦେବା ସମୟରେ କହିଥିଲେଯେ,ସାମଗ୍ରୀ ପ୍ରସ୍ତୁତ ଅଛି,କେବଳ ବିସ୍ଫୋଟକର ଅପେକ୍ଷା ରହିଛି,ଏବଂ ଏହି ବିସ୍ଫୋଟକ ଅଟଳ ବିହାରୀ ବାଜପେୟୀ କରିବା ପାଇଁ ନିଷ୍ପତ୍ତି ନେଇଛି । ଏହା ସହିତ ସେ ସଂସଦରେ କହିଥିଲେଯେ ଆର୍ଥିକ ସମସ୍ୟା ବଢିଛି,କିନ୍ତୁ ଏହା ସହିତ ଭରଷା ମଧ୍ୟ ଦେଇଥିଲେଯେ ସମୟ ସହିତ ଏହି ସମସ୍ତ ପରିସ୍ଥିତି ମଧ୍ୟ ବଦଳିଯିବ । ସମସ୍ତ ସମସ୍ୟା କମ ହୋଇଯିବ ।

ଖବର ଅନୁସାରେ ୨୦୦୪ରେ ଯେତେବେଳେ ସେ କଂଗ୍ରେସ ହାତରେ ସତ୍ତା ଦେଇଥିଲେ ସମସ୍ତ ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇ ସାରିଥିଲେ । ତେବେ ଯଦିଓ ସେ ଆଜି ଏହି ଦୁନିଆରେ ନାହାଁନ୍ତି ତଥାପି ତାଙ୍କର କାଳଜୟୀ କଥା ଚିରଦିନ ପାଇଁ ଇତିହାସ ହୋଇ ରହିଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More