Only for Entertainment

ଏହି ଫିଲ୍ମରେ ଦଖିବାକୁ ମିଳିବ ଅଟଳ ବିହାରୀ ବାଜପେୟୀଙ୍କୁ, ଏହି ଆକ୍ଟର ବାଜପେୟୀଙ୍କ ଭୂମିକାରେ ଆସିବେ ନଜର ।

Scroll
0 32

ରାଜଧାନୀ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାୟପେୟୀ । ହସ୍ପିଟଲରେ ଭର୍ତ୍ତି ହେବାର ୨୪ ଘଣ୍ଟା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଆସିନାହିଁ । ଲାଇଫ ସପୋର୍ଟ ସିଷ୍ଟରେ ତାଙ୍କୁ ରଖାଯାଇଛି । ଇତି ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ଭଅଇରାଲ ହେବାରେ ଲାଗିଛି । ଏହି ଫଟୋଟି ହେଉଛି ପୂର୍ବ ପିଏମ ମନମୋହନ ସିଂଙ୍କ ଉପରେ ନିର୍ମିତ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରଇମ ମିନିଷ୍ଟର’ର ।


ଏହି ଫିଲ୍ମରେ ମନମୋହନ ସିଂଙ୍କ ଭୂମିକାରେ ଅଭିନେତ ଅନୁପମ ଖେର ନଜର ଆସିବେ । ସେହିପରି ଅଭିନେତା ରାମ ଅବତାର ଭାରଦ୍ୱାଜ ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକା ତୁଲାଇବେ । କିଛି ଦିନ ପୂବେ ଅନୁପମ ଖେର ଟ୍ୱିଟ କରି ଏହି ବିଷୟରେ ସେ ସୂଚନା ଦେଇଥିଲେ ।

କହିରଖୁଛୁ ଯେ ଏହି ଫିଲ୍ମ ସଂଜୟ ବିରୁଙ୍କ ପୁସ୍ତକ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର : ଦ ମେକିଂ ଆଣ୍ଡ ଅନମେକିଂ ଅଫ ମନମୋହନ ସିଂ’ ଉପରେ ଆଧାରିତ । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଉଛନ୍ତି ବିଜୟ ରତ୍ନାକର ଗୁଟ୍ଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More