Only for Entertainment

ସୁନୀଲ ସେଟ୍ଟୀଙ୍କୁ ନୋଟିସ ! ଝିଅ ଆଥିୟାଙ୍କ ଫିଲ୍ମ ‘ମୋତିଚୁର ଚକନାଚୁର’ରେ ହସ୍ତକ୍ଷେପର ଆରୋପ

Bollywood Dhamaka
37

ଫିଲ୍ମ ‘ମୋତିଚୁର ଚକନାଚୁର’ର କାରଣରୁ ସୁନୀଲ ସେଟ୍ଟୀ ଏବଂ ଚର୍ଚ୍ଚାରେ । ରିପୋର୍ଟ ଅନୁସାରେ ଫିଲ୍ମ ମୋତିଚୁର ଚକନାଚୁର ନିର୍ମାତା ସୁନୀଲ ସେଟ୍ଟୀଙ୍କ ଉପରେ ଖୁସୀ ନାହାଁନ୍ତି । ନିର୍ମାତାଙ୍କ କହିବା ଅନୁସାରେ ସୁନୀଲ ସେଟ୍ଟୀ ଫିଲ୍ମରେ ଆବଶ୍ୟକତା ଠାରୁ ଅଧିକ ହସ୍ତକ୍ଷେପ କରୁଛନ୍ତି । କହିରଖୁଛୁ ଯେ ଏହି ଫିଲ୍ମରେ ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟା ସେଟ୍ଟୀ ଏବଂ ନବାଜୁଦ୍ଦିନ ସିଦ୍ଦିକି ମୁଖ୍ୟ ଭୂମିକାରେ ନଜର ଆସିବେ ।

ରିପୋର୍ଟ ଅନୁସାରେ ପ୍ରଡ୍ୟୁସର ରାଜେଶ ଏବଂ କିରଣ ଭାଟିଆ ନିଜ ଓ କିଲ ରମେଶ ଏବଂ କୁଶୁମ ଜୈନଙ୍କ ଜରିଆରେ ୧୩ ମାର୍ଚ୍ଚରେ ଏକ ପବ୍ଲିକ ନୋଟିସ ଜାରି କରିଥିଲେ । ଏହି ନୋଟିସରେ ଲେଖାଥିଲା ଫିଲ୍ମ ‘ମୋତିଚୁର ଚକନାଚୁର’ ବିଷୟରେ ଶେଷ ନିର୍ଣ୍ଣୟ ନେବାର ଅଧିକାର କେବଳ ଆମ ପାଖରେ ରହିବ । ସୁନୀଲ ସେଟ୍ଟୀଙ୍କ ପାଖରେ ଫିଲ୍ମକୁ ନେଇ କୌଣସି ଅଧିକାର ନାହିଁ ।

 

 

View this post on Instagram

 

because it’s @filmfare ? @stylebyami @shnoy09 x @loveleen_ramchandani x @bibhumohapatra

A post shared by Athiya Shetty (@athiyashetty) on

ଫିଲ୍ମ ବିଷୟରେ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବରେ ଚର୍ଚ୍ଚା କରିବା, ରଣନୀତି ପ୍ରସ୍ତୁତ କରିବା, ଫିଲ୍ମର ଏଡିଟିଂରେ ଦଖଲ ଦେବା ଏବଂ କୌଣସି ପ୍ରକାର ହସ୍ତକ୍ଷେପ କରିବାର ଅଧିକାର ସୁନୀଲ ସେଟ୍ଟୀଙ୍କ ପାଖରେ ନାହିଁ । ନୋଟିସରେ ଏହା ମଧ୍ୟ ଚେତାବନୀ ଦିଆଯାଇଛି ଯେ, ଯଦି ସୁନୀଲ ସେଟ୍ଟୀ ଫିଲ୍ମ ଠାରୁ ଦୂରେଇ ନ ରହିବେ ତେବେ ସେ ଗୋପନୀ ୟତାର ଉଲ୍ଲଙ୍ଘନ କରିବେ ।

କହ୍ରିଖୁଛୁ ଯେ, ଆଥିୟା ଫିଲ୍ମ ‘ହିରୋ’ରୁ ବଲିଉଡ କ୍ୟାରିଅର ଆରମ୍ଭ କରିଥିଲେ । ଫିଲ୍ମରେ ତାଙ୍କ ଅପୋଜିଟରେ ସୁରଜ ପଂଚୋଲୀ ନଜର ଆସିଥିଲେ । ଏବେ ସେ ଫିଲ୍ମ ମୋତିଚୁର ଚକନାଚୁରରେ ନବାଜୁଦ୍ଦିନଙ୍କ ସହିତ ନଜର ଆସିବେ । ସେଥିପାଇଁ ସୁନୀଲ ସେଟ୍ଟୀ ଫିଲ୍ମ ଉପରେ ନଜର ରଖୁଛନ୍ତି ଯେପରି ଆଥିୟାଙ୍କ ସିନ ମେକର୍ସ ନକାଟିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More