Only for Entertainment

ଜୟଲଳିତାଙ୍କ ପରେ ଏବେ ଦୂତୀଙ୍କ ବାୟୋପିକରେ ନଜର ଆସିବେ କଙ୍ଗନା !

34

ଓଡ଼ିଶାର ଗର୍ବ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ଜୀବନ କାହଣୀକୁ ନେଇ ଖୁବଶୀଘ୍ର ଏକ ବଲିଉଡ଼ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ଦୂତୀଙ୍କ ବାୟୋପିକ୍ ନିର୍ମାଣ କରିବା ପାଇଁ ପୂର୍ବରୁ ଅନେକ ଚଳଚ୍ଚିତ୍ର ନିର୍ମାତା ତାଙ୍କ ସହ ଆଲୋଚନା କରିସାରିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ଦୂତୀ କହିଛନ୍ତି, ଅନୀଲ କପୁର ଓ ଚଳଚ୍ଚିତ୍ର ନିର୍ମାତା ରାକେଶ ଓମପ୍ରକାଶ ତାଙ୍କୁ ଚଳଚ୍ଚିତ୍ର ପାଇଁ ଅନୁମତି ମାଗିଛନ୍ତି। ହେଲେ ଦୂତୀ ଏପର୍ଯ୍ୟନ୍ତ ଏନେଇ ନିଜ ସହମତି ପ୍ରକାଶ କରିବା ବାକି ରହିଛି। ତେବେ ତାଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ ହେଲେ କେଉଁ ବଲିଉଡ଼ ଅଭିନେତ୍ରୀ ତାଙ୍କ ଭୂମିକାକୁ ଯଥାର୍ଥତା ଦେଇପାରିବେ ଦୂତୀ ତାହା ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁସାରେ ଅଭିନେତ୍ରୀ କଙ୍ଗନା ରାଣାୱତ୍ ତାଙ୍କ ଭୂମିକାକୁ ସଠିକ୍ ରୂପ ଦେଇ ପାରିବେ।

 

View this post on Instagram

 

A post shared by Dutee Chand (@duteechand) on


ଏନେଇ କଙ୍ଗନାଙ୍କୁ ପ୍ରଶ୍ନ କରାଯିବା ପରେ ସେ କହିଛନ୍ତି, ‘‘ମୁଁ ନିଜକୁ ଧନ୍ୟ ମନେ କରୁଛି ଯେ, ଦୂତୀ ମୋତେ ତାଙ୍କ ଭୂମିକାରେ ଅଭିନୟ କରିବାକୁ ଉପଯୁକ୍ତ ମନେ କରିଛନ୍ତି’’।

ଉଲ୍ଲେଖଯୋଗ୍ୟ, ନିକଟରେ ସମଲିଙ୍ଗୀ ସମ୍ପର୍କ ସ୍ୱୀକାର କରିବା ପରେ ଦୂତୀଙ୍କୁ ନେଇ ଖୁବ୍ ଚର୍ଚ୍ଚା ଜାରି ରହିଛି। ସେ ହେଉଛନ୍ତି ପ୍ରଥମ ଭାରତୀୟ କ୍ରୀଡ଼ାବିତ୍, ଯିଏ ନିଜର ସମଲିଙ୍ଗୀ ସମ୍ପର୍କକୁ ସର୍ବ ସମ୍ମୁଖରେ ସ୍ବୀକାର କରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More