Only for Entertainment

ରାସ୍ତାରେ ହଠାତ ଉଡିବାକୁ ଲାଗିଲା ନୋଟ୍ ! ଲୁଟିବା ପାଇଁ ଲୋକ କଲେ କିଛି ଏଭଳି, ଦେଖନ୍ତୁ ଭିଡିଓ

ndtv
47

ଏପରି କିଛି ହୋଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଅସଲରେ ଆମେରିକାର ଏକ ହାଇୱେରେ ଅଚାନକ ଡଲାରର ବର୍ଷା ହେବା ଆରମ୍ଭ ହୋଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ରାସ୍ତାରେ ନୋଟ ଗୁଡିକ ଉଡୁଥିବାର ଦେଖି ଯାଉଥିବା ଗାଡି ସବୁ ଅଟକି ଯାଇଥିଲା । ଲୋକେ ଗାଡି ରଖି ଟଙ୍କା ଲୁଟ କରିବା ଆରମ୍ଭ କରିଦେଇଥିଲେ ।

ଉତ୍ତର ଆଣ୍ଟଲାଣ୍ଟାର ଇଣ୍ଟରଷ୍ଟେଟ ହାଇୱେ ନମ୍ବର ୨୮୫ରେ ନୋଟ ଭର୍ତ୍ତି ଏକ ଟ୍ରକ ଯାଉଥିଲା । ଟ୍ରକର ଗୋଟିଏ ଝରକା ସାମାନ୍ୟ  ଖୋଲିଯାଇଥିଲା । ଆଉ ଏହି ଝରକା ଦେଇ ବାହରକୁ ନୋଟ ଗୁଡିକ ବାହାରି ଆସିଥିଲା । ପରେ ରାସ୍ତାରେ ଆରମ୍ଭ ହୋଇଯାଇଥିଲା ଟଙ୍କା ଲୁଟର ଧାରା ।

ଏହି ଟ୍ରକରେ ପାଖାପାଖି ୧ଲକ୍ଷ ୭୫ ହଜାର ଡଲାର ଅର୍ଥାତ ୧.୨୦ କୋଟି ଟଙ୍କାର ନୋଟ ଥିଲା । ରାସ୍ତାରେ ଟଙ୍କା ଗୋଟାଉଥିବାର ଭିଡ଼ିଓ ବେଶ ଭାଇରାଲ ହୋଇଛି । ପରେ ପୁଲିସ ଘଟଣାସ୍ଥଳକୁ ପହଁଚି ଥିଲେ ମଧ୍ୟ ଲୋକେ ଟଙ୍କା ଗୋଟାଇବାର ଧାରାରୁ ବାଦ ପଡ଼ିନଥିଲେ । ପରେ ପୁଲିସ ପକ୍ଷରୁ ଲୋକଙ୍କୁ ତାଗିଦ କରାଯାଇଥିଲା ଯେ, ଯେଉଁମାନେ ଏହି ନୋଟ ନଫେରାଇବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବୁଧବାର ସନ୍ଧ୍ୟା ସୁଦ୍ଧା ୬ ଜଣ ବ୍ୟକ୍ତି ପୁଲିସ ନିକଟରେ ପହଁଚି ୪୪୦୦ ଡଲାର ଫେରାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More