Only for Entertainment

ଭାରତ ସେଟରୁ ଆସିଲା ଆଉ ଏକ ମଜାଦାର ବିହାଇଣ୍ଡ ଦ ସିନ ଭିଡିଓ !

India Today
32

ଫିଲ୍ମ ନିର୍ମାତା ଅତୁଲ ଅଗ୍ନିହୋତ୍ରୀ ନିଜ ଆଗାମୀ ଫିଲ୍ମ ‘ଭାରତ’ରେ ନିଜର ସମସ୍ତ ବୁଦ୍ଧି ଖଟାଇଛନ୍ତି । ସଲମାନ ଖାନ ଷ୍ଟାରର ଏହି ଫିଲ୍ମର ସୁଟିଂ ଜୋରସୋରରେ ଚାଲିଛି । କିଛି ଦିନ ପୂର୍ବେ ଭାରତ ସେଟରୁ ସଲମାନଙ୍କ ଫଟୋ ସାମ୍ନାକୁ ଆସିଥିଲା । ସରକସ ସିନର ମଧ୍ୟ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଏହି ସରକସରେ ଦୁନିଆସାରା ଥିବା ସରକସ କଳାକାରଙ୍କ ପାଇଁ ଗୀତ ପ୍ରସ୍ତୁତ ହୋଇଥିଲା । ଶୁଣିବାକୁ ମିଳିଛି ଯେ ଏହି ଗୀତରେ ହିଁ ସଲମାନ ଏବଂ ଦିଶା ପାଟନୀଙ୍କ ପରିଚୟ ସାମ୍ନାକୁ ଆସିବ । ଏବେ ସେଟରୁ ଏକ ଭିଡିଓ ସାମ୍ନାକୁ ଆସିଛି ।

ଅତୁଲ ଅଗ୍ନିହୋତୀ ଏକ ମଜାଦାର ବିହାଇଣ୍ଡ ଦ ସିନ ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓରେ ଏକ ଭର୍ଟିକାଲି ଚ୍ୟାଲେଂଜ ବ୍ୟକ୍ତି ଡାନ୍ସ କରୁଥିବାର ନଜର ଆସିଛି । ସେଟରେ ଏହି ଡାନ୍ସକୁ ସମସ୍ତେ ଉପଭୋଗ କରୁଥିବା ଦେଖିବାକୁ ମିଳିଛି ।

ଏଠାରେ ଆମେ କହି ରଖୁଛୁ ଯେ ଅବୁଧାବିରେ ଏହି ଫିଲ୍ମର ସୁଟିଂ ଚାଲିଛି । ଏହାପୂର୍ବରୁ ଅଲୀ ଅବାସ ଜଫର ମଧ୍ୟ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଥିଲେ । ଏହା ‘ମୃତ୍ୟୁର କୂଅ’ ଫଟୋ ଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More