Only for Entertainment

ଦର୍ଶକଙ୍କୁ ଖୁବ ପସନ୍ଦ ଆସିଲା ଅଜୟ ଦେବଗନ, ମାଧୁରୀ ଦୀକ୍ଷିତ, ଅନୀଲ କପୁରଙ୍କ ଫିଲ୍ମ ‘ଟୋଟାଲ ଧମାଲ’

you tube
34

ପରଦାରେ ଆଜ୦ି ରିଲିଜ ହୋଇଛି କମେଡି – ଡ୍ରାମା ଫିଲ୍ମ ‘ଟୋଟାଲ୍ ଧମାଲ୍’ । ସିନେମାରେ ବି-ଟାଉନର ଅନେକ ବଡ ଷ୍ଟାରଙ୍କ ଦମଦାର୍ ଅଭିନୟ ସ୍ଥାନ ପାଇଛି । ଏକ ଦମଦାର୍ କମେଡି କାହାଣୀକୁ ନେଇ ଚଳଚ୍ଚିତ୍ର ‘ଟୋଟାଲ୍ ଧମାଲ୍’ ପ୍ରସ୍ତୁତ ହୋଇଛି । ଯେଉଁଠି ୫୦ କୋଟିର ସମ୍ପତି ହାତେଇବା ପାଇଁ ଚେଷ୍ଟା କରନ୍ତି ସମସ୍ତେ । ଫିଲ୍ମରେ ପ୍ରମୁଖ ଭୂମିକାରେ ଅଜୟ ଦେବଗନ୍, ରିତେଶ ଦେଶମୁଖ, ଅର୍ସଦ ୱାର୍ସି, ଜାବେଦ୍ ଜାଫ୍ରି, ଅନୀଲ୍ କପୁର୍, ମାଧୁରୀ ଦୀକ୍ଷିତ ଆଦି ବିଗ୍ ଷ୍ଟାରଙ୍କୁ ଦେଖିବାକୁ ମିଳିଛି । ତେବେ ଏହି ସିନେମା ଜରିଆରେ ଅନେକ ଦିନ ପରେ ପରଦାକୁ ଫେରିଛନ୍ତି ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ ।

ଏହି ଚଳଚ୍ଚିତ୍ରରେ ଅନ୍ୟାନ ପ୍ରମୁଖ ଭୂମିକାରେ ଇଶା ଗୁପ୍ତା, ବୋମନ୍ ଇରାନୀ, ସଂଜୟ ମିଶ୍ରା, ମହେଶ ମାଂଜରେକର୍, ପିତବାସ୍ ତ୍ରିପାଠୀ, ସୁଦେଶ ଲେହରି, ବିଜୟ ପାଠକ, ଜନି ଲିବର୍, ରାଜପାଲ୍ ୟାଦବ୍, ଆଦି କଳାକାରଙ୍କ ଜବରଦସ୍ତ କମେଡି ମଧ୍ୟ ଦେଖିବାକୁ ମିଳିଛି । ଫକ୍ସଷ୍ଟାର୍ ଷ୍ଟୁଡିଓଜ୍ ଓ ଅଜୟ ଦେବଗନଙ୍କ ପ୍ରଯୋଜନାରେ ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଇନ୍ଦ୍ର କୁମାର୍ । ଚଳଚ୍ଚିତ୍ର ‘ଟୋଟାଲ୍ ଧମାଲ୍’ ଧମାଲ୍ ଫିଲ୍ମ ସିରିଜ୍ର ତୃତୀୟ ସଂସ୍କରଣ । ଧମାଲ୍ ଓ ଡବଲ୍ ଧମାଲ୍ ପରେ ମେକର୍ ଇନ୍ଦ୍ର କୁମାର୍ ଭେଟିଦେଇଛନ୍ତି ଟୋଟାଲ୍ ଧମାଲ୍ ।

ଦମଦାର୍ କାହାଣୀ ସହ ଜବରଦସ୍ତ ଗୀତକୁ ସ୍ଥାନ ଦେଇଛନ୍ତି ମେକର୍ । ଫିଲ୍ମରେ ୮୦ ଦଶକର ସୁପରହିଟ୍ ଗୀତ ମୁଙ୍ଗଡାର ରିମେକ୍ ଭର୍ସନ୍ ସ୍ଥାନ ଦେଇଛନ୍ତି । ଯେଉଁଥିରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ଆଇଟମ୍ ଗର୍ଲ ଭାବେ ଦେଖିବାକୁ ମିଳିଛି । ଏହା ସହ ଆହୁରି ଧମାକେଦାର୍ ଗୀତ ସିନେମାରେ ଶୁଣିବାକୁ ମିଳିଛି ।

ଫିଲ୍ମ ଦଖିବା ପରେ ଦର୍ଶକଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଫିଲ୍ମକୁ ଲୋକେ ଖୁବ ପସନ୍ଦ କରୁଥିବାର ଦେଖିବାକୁ ମିଳିଛି । ଦେଖନ୍ତୁ ଦର୍ଶକଙ୍କ ପ୍ରତିକ୍ରିୟା-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More