Only for Entertainment

ବର୍ଷା ପ୍ରିୟଦର୍ଶିନୀଙ୍କ ଆଗାମୀ ଫିଲ୍ମ ‘କୁଇନ୍’ର ଅଡିଓ ରିଲିଜ, ମଂଚରେ ନଜର ଆସିଲେ ସମସ୍ତ କଳାକାର

facebook
59

ନିଜ ଶେଷ ଚଳଚ୍ଚିତ୍ର ‘ନିମକି – ନିମପୁର୍ ରୁ ନବିନ୍ ନିବାସ’ରେ ନିଜ ୟୁନିକ୍ ଅଭିନୟ ଭେଟି ଦେଇଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଖୁବଶୀଘ୍ର ପୁଣି ଏକ ଭିନ୍ନ କାହାଣୀ ନେଇ ପରଦାକୁ ଫେରିବାକୁ ଯାଉଛନ୍ତି । ପୁଣି ଏକ ମହିଳା କେନ୍ଦ୍ରୀତ କାହାଣୀରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ବର୍ଷା । ତାଙ୍କର ଏହି ଅପକମିଂ ସିନେମାର ଟାଇଟଲ୍ ରହିଛି ‘କୁଇନ୍’ । ତେବେ ଏହି ସିନେମାରେ ବର୍ଷାଙ୍କ ବିପକ୍ଷରେ ନାୟକ ଭାବେ ଅଭିନେତା ଜୟଜୀତଙ୍କୁ ଦେଖିବାକୁ ମିଳିବ ।

ଅପକମିଂ ଫିଲ୍ମ ‘କୁଇନ୍’ର ଅଡିଓ ରିଲିଜ ନିକଟରେ ଅନୁଷ୍ଠିତ ହୋଇ ଯାଇଛି । ଫିଲ୍ମର ସମସ୍ତ ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମଳୟ ମିଶ୍ର । ଯେଉଁଠି କଳାକାରମାନେ ଫିଲ୍ମ ସମ୍ବନ୍ଧରେ ଖାସ କଥା ବାଟିଂଛନ୍ତି ।

ବିଦିଶା କ୍ରାଫ୍ଟ ଦ୍ୱାରା ପ୍ରସ୍ତୁତ ହେବାକୁ ଥିବା ଏହି ୧୧ ତମ ସିନେମାରେ ବର୍ଷାଙ୍କ ବିପକ୍ଷରେ ନାୟକ ଭାବେ ଅଭିନେତା ଜୟଜୀତ୍ ଦାଶଙ୍କୁ ଦେଖିବାକୁ ମିଳିବ । ଏହି ଯୋଡିକୁ ଗତ କିଛିଦିନ ପୂର୍ବରୁ ଏକ ବିଜ୍ଞାପନରେ ବି ଦେଖିବାକୁ ମିଳିତିଲା । ଜୟଜିତ୍ ନାୟକ ଭାବେ ବାପା ତମେ ଭାରି ଦୁଷ୍ଟ ଜରିଆରେ ଓଲିଉଡରେ କରିଥିଲେ ଏଂଟ୍ରି । ଆଉ ଏବେ ତାଙ୍କ ଦ୍ୱିତୀୟ ସିନେମାରେ ବର୍ଷାଙ୍କ ବିପକ୍ଷରେ ନାୟକ ଭାବେ ନଜର ଆସିବେ ଜୟଜୀତ ।

ବିଜୟ କାଣ୍ଡୋଇଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଭାତ ତୁଲାଇଛନ୍ତି ମୃତ୍ୟୁଞ୍ଜୟ ସାହୁ ।ତେବେ ଅଭିନୟ ସହ ଫିଲ୍ମର କାହାଣି ଲେଖିଛନ୍ତି ବର୍ଷା । ଅଭିନେତ୍ରୀ ଲିପ୍ସା,ହରିହର ମହାପାତ୍ରା,ଉଷଶୀ ମିଶ୍ର ଓ ଅନନ୍ତ ରଥ ମୁଖ୍ୟ ଭୁମିକାରେ ଅଭିନୟ କରୁଛନ୍ତି ।

ଫିଲ୍ମ କୁଇନର ସମସ୍ତକାମ ଶେଷ ହୋଇଛି ।ଏବେ ଅପେକ୍ଷା ରିଲିଜର ।ଦର୍ଶକଙ୍କ ମନୋରଞ୍ଜନ ପାଇଁ ଖୁବ ଶୀଘ୍ର ରିଲିଜ ହେବ କୁଇନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More