Only for Entertainment

ଫିଲ୍ମ ‘ଚିରକୁଟ’ର ଅଡିଓ ରିଲିଜ, ଖୁବ ଶୀଘ୍ର ପରଦାକୁ ଆସିବ ଫିଲ୍ମ

you tube
45

କମେଡି କିଙ୍ଗ ପପୁ ପମ୍ ପମଙ୍କ ନିର୍ଦ୍ଦେଶନାରେ ଆସିବାକୁ ଥିବା ଆଗାମୀ କମେଡି – ଡ୍ରାମା ଫିଲ୍ମ ଚିରକୁଟ୍ ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି । ଫିଲ୍ମର ସୁଟିଂ ଶେଷ ହୋଇଥିବାବେଳେ, ଏବେ ଚାଲିଛି ଏଡିଟିଂ କାମ । ଇତି ମଧ୍ୟରେ ସିନେମାର ଅଡିଓ ରିଲିଜ୍ ହୋଇ ଯାଇଛି । ନିକଟରେ ଏକ କାର୍ଯ୍ୟକ୍ରମ ଜରିଆରେ ସିନେମାର ଅଡିଓ ରିଲିଜ୍ କରାଯାଇଛି ।

ଯେଉଁଠି ମେକର୍ ଡିରେକ୍ଟରଙ୍କ ସହ ଫିଲ୍ମର ଷ୍ଟାର୍ କାଷ୍ଟଙ୍କୁ ଦେଖିବାକୁ ମିଳିଥିଲା । ଏହି ସିନେମା ଜରିଆରେ ପ୍ରଥମ ଥର ପାଇଁ ନିର୍ଦ୍ଦେଶକ ଭାବେ ନିଜ ପ୍ରତିଭା ଦେଖାଇବାକୁ ଯାଉଛନ୍ତି ଅଭିନେତା ପପୁ ପମ୍ ପମ୍ । କେବଳ ନିର୍ଦ୍ଦେଶନା ନୁହେଁ, ଏହି ସିନେମାରେ ସଙ୍ଗୀତର ଭାର ତୁଲାଇଛନ୍ତି ପପୁ ପମ୍ ପମ୍ । ସିନେମାରେ ସ୍ଥାନ ପାଇଥିବା ୬ଟି ଭିନ୍ନ ସ୍ୱାଦର ଗୀତରେ କଣ୍ଠଦାନ କରିଛନ୍ତି ପପୁ ପମ୍ ପମ୍, ଇଶ୍ୱରୀ ବେହେରା, ଦେବେଶ ପତି, ସ୍ୱୟମ୍ ପାଢି, ଅଷିମା ପଣ୍ଡା, ବିଷ୍ଣୁ ମୋହନ କବି ଏବଂ ଅନ୍ତରା ଚକ୍ରବର୍ତି ଆଦି କଣ୍ଠଶିଳ୍ପୀ ।

chirkutt

ଫିଲ୍ମରେ ନବାଗତ କଳାକାର ଅରୋଜୀତ୍ ଓ ଅନନ୍ୟାଙ୍କୁ ନାୟକ – ନାୟିକା ଭାବେ ଦେଖିବାକୁ ମିଳିବ । ଏହି ସିନେମାର କାହାଣୀକୁ ନଜରରେ ରଖି କିଛି ଏହିପରି କଳାକାରଙ୍କୁ ବାଛିଛନ୍ତି ମେକର୍ । ସିନେମାରେ ଅନ୍ୟାନ ପ୍ରମୁଖ ଭୂମିକାରେ ନଜର ଆସିବେ ବିନୋଦ ରାଉତ, କୃପାସିନ୍ଧୁ ନାୟକ ସମ୍କ୍ରିତି, ଅରବିନ୍ଦ ଜେନା ଆଦି କଳାକାର ।

ଅକ୍ଷୟ ପରିଜା ବ୍ୟାନର୍ରେ ପ୍ରସ୍ତୁତ ହୋଇଥିବା ଆଗାମୀ ଓଡିଆ ଚଳଚ୍ଚିତ୍ର ‘ଚିରକୁଟ୍’ ର କାହାଣୀ, ସ୍କ୍ରିନ୍ପ୍ଲେ ଓ ସଙ୍ଗୀତ ସହ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ପପୁ ପମ୍ ପମ୍ । ଆଉ ଫିଲ୍ମର ପ୍ରଯୋଜନା କରିଛନ୍ତି ଅକ୍ଷୟ ପରିଜା । ସିନେମାର ପୋଷ୍ଟ ପ୍ରଡକ୍ସନ୍ କାମ ବେଶ ଜୋର୍ ସୋରରେ ଆଗେଇ ଚାଲିଥିବାବେଳେ, ଖୁବଶୀଘ୍ର ଏହା ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More