Only for Entertainment

ଆଗାମୀ ଓଡିଆ ଫିଲ୍ମ ‘ପଗଲୁ’ର ଅଡିଓ ରିଲିଜ, ନଜର ଆସିଲେ ଫିଲ୍ମର ଷ୍ଟାରକାଷ୍ଟ ।

you tube
0 73

ଅନନ୍ୟା ଏଂଟରଟେନମେଂଟ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ‘ପଗଲୁ’ ଅଡିଓ ରିଲିଜ୍ ନିକଟରେ ଅନୁଷ୍ଠିତ ହୋଇ ଯାଇଛି । ରାଜଧାନୀ ଭୁବନେଶ୍ୱରରେ ଏକ ରଂଗାରଂଗ କାର୍ଯ୍ୟକ୍ରମ ଜରିଆରେ ଫିଲ୍ମର ରିଲିଜ୍ କରିଛନ୍ତି ମେକର୍ । ସିନେମାରେ ସଙ୍ଗୀତର ଭାର ତୁଲାଇଛନ୍ତି ଅଭିଜୀତ୍ ମଜୁମଦାର୍ । ଭିନ୍ନ ସ୍ୱାଦର ମନଛୁଆଁ ଗୀତ ଏହି ସିନେମାରେ ସ୍ଥାନ ଦେଇଛନ୍ତି ମେକର୍ । ସିନେମାରେ ଅଭିଜୀତ୍ ମଜୁମଦାର୍ ଓ ହ୍ୟୁମାନ୍ ସାଗରଙ୍କ ଭଏସରେ ବେଶ ମନଛୁଆଁ ଗୀତ ଶୁଣିବାକୁ ମିଳିବ । ଫିଲ୍ମରେ ମୁଖ୍ୟ ଭୂମିକାରେ ମିହିର୍ ଦାଶ ଓ ଅପରାଜିତା ମହାନ୍ତିଙ୍କୁ ଦେଖିବାକୁ ମିଳିବ ।

pglu

ଗତ କିଛି ବର୍ଷ ତଳେ ଏହି ସିନେମାର ମେକିଂ ଆରମ୍ଭ ହୋଇଥିବାବେଳେ ଏବେ ଶେଷରେ ଏହା ପରଦାକୁ ଆସିବାକୁ ପ୍ରସ୍ତୁତ ହୋଇଛି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାମପ୍ରସାଦ ସାମଲ୍ । ଚଳଚ୍ଚିତ୍ର ପଗଲୁର ଗୀତ ଗୁଡିକ ସ୍ରୋତାଙ୍କୁ ପସନ୍ଦ ଆସିବ ବୋଲି ଆଶା ରଖିଛନ୍ତି ମେକର୍ । ସିନେମାଟି ଆସନ୍ତା ଦିପାବଳୀ ଅବସରରେ ମୁକ୍ତିଲାଭ କରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More