Only for Entertainment

ସ୍କୁଟର ଚଢ଼ି ‘ନସେ ସି ଚଢ଼ ଗଇ’ ଗୀତରେ ନୃତ୍ୟ କଲେ ମହିଳା, ଭିଡିଓ ହେଲା ଭାଇରାଲ୍‌ !

33

ସାଧାରଣତଃ ମହିଳାମାନଙ୍କୁ ଏବେ ସ୍କୁଟି, ବାଇକ୍‌ ଓ କାର ଚଳାଉଥିବା ଦେଖିବାକୁ ମିିଳୁଛି। କିନ୍ତୁ ନିକଟରେ ଜଣେ ୪୦ରୁ ୫୦ ବର୍ଷର ମହିଳାଙ୍କୁ ଏକ ଅଜବ ଢ଼ଙ୍ଗରେ ସ୍କୁଟର ଚଳାଉ ଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ସେ ସ୍କୁଟର ଚଳାଇ ନୃତ୍ୟ ବି କରୁଛନ୍ତି। ଏହି ସମୟର ତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି କି, ମହିଳା ବଲିଉଡ ଷ୍ଟାର ରଣବୀର ସିଂହଙ୍କ ସିନେମାର ଗୀତ ‘ନସେ ସି ଚଢ଼ ଗଇ’ ରେ ନୃତ୍ୟ କରୁଥିବା ନିଜର ଆସୁଛନ୍ତି। ୧୮ ସେକେଣ୍ଡର ଏହି ଭିଡିଓରେ ଆପଣ ଦେଖି ପାରିବେ କିଭଳି ମହିଳା ଖୁବ୍‌ ମଜାମସ୍ତିରେ ଗୀତ ଗାଇ ଠୁମକା ଲଗାଉଛନ୍ତି। ମହିଳାଙ୍କ ଏହି ଭିଡିଓ ଭାଇରାଲ୍‌ ହେଲା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଏହି ଭିଡିଓକୁ ଏଯାବତ ୩ଲକ୍ଷ ଲୋକ ସେୟାର କରି ସାରିଲେଣି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More