Only for Entertainment

ରିଲିଜ ହେଲା ହିନ୍ଦୀ ରୋମାଣ୍ଟିକ ମ୍ୟୁଜିକ ଭିଡିଓ ‘ଔର୍ କୁଛ ବାକି’, ଦେଖିବାକୁ ମିଳିଲା ଆକର୍ଷଣୀୟ ପ୍ରେମ କାହାଣୀ

YouTube
42

ମୁକ୍ତିଲାଭ କଲା ହିନ୍ଦୀ ରୋମାଂଟିକ୍ ଗୀତ ‘ଔର୍ କୁଛ ବାକି’ । ଗୀତରେ ଛୋଟ ପରଦାର ଲୋକପ୍ରିୟ ତାରକା ବିନ୍ ରାଣା ଓ ତ୍ରିଧା ଚୌଧୁରୀଙ୍କୁ ଦେଖିବାକୁ ମିଳିଛି । ଏହି ମନଛୁଆଁ ଗୀତରେ ସ୍ଥାନ ପାଇଛି ଏକ ଆକର୍ଷଣୀୟ ପ୍ରେମ କାହାଣୀ । ୱାନ୍ – ସାଇଡେଡ୍ ପ୍ରେମ କାହାଣୀ ଉପରେ ଗତିଶୀଳ ହୋଇଛି ଏହି ମ୍ୟୁଜିକ୍ – ଭିଡିଓଟି ।

ରିଲିଜ୍ ହୋଇଥିବା ଏହି ଗୀତରେ ଶୁଣିବାକୁ ମିଳିଛି ୟାସିର୍ ଦେଶାଇଙ୍କ ଆକର୍ଷଣୀୟ ଗାୟିକୀ । ଆକର୍ଷଣୀୟ ମ୍ୟୁଜିକ୍ ସହ ମନଲୋଭା ଲିରିକ୍ସ ଏହି ଗୀତକୁ କରିଛି ଖାସ୍ । ଜି ମ୍ୟୁଜିକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଗୀତରେ ସଙ୍ଗୀତର ଭାରତୁଲାଇଛନ୍ତି ହର୍ଷିତ୍ ସକ୍ସେନା । ଆଉ ଗୀତର ଲିରିକ୍ସ ଦେଇଛନ୍ତି ଦେବ୍ ନାରାୟଣ । ସୁନ୍ଦର ଲୋକେସନ୍ ସହ କଳାକାରଙ୍କ ଅଭିନୟ ଏହି ଗୀତକୁ ଆହୁରି ଖାସ୍ କରିଛି । ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଚିରାଗ ଅରୋରା । ୟୁଟୁବରେ ରିଲିଜ୍ ହୋଇଥିବା ଏହି ଗୀତକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More