Only for Entertainment

ଆଭେଂଜର୍ସ ଏଣ୍ଡ ଗେମ; ଫ୍ୟାନ୍ସଙ୍କୁ ପସନ୍ଦ ଆସିଲା ନାହିଁ ଏଆର ରହମାନଙ୍କ ଗୀତ, କହିଲେ-ଅପ୍ରେଲ ଫୁଲ !

32

ମାର୍ବଲ ଫିଲ୍ମ ‘ଆଭେଂଜର୍ସ ଏଣ୍ଡଗେମ’ ଚଳିତ ମାସ ୨୬ଅପ୍ରେଲରେ ରିଲିଜ ହେବାକୁ ଯାଉଛି । ରିଲିଜ ପୂର୍ବରୁ ଓସ୍କାର ଆୱାର୍ଡ ବିଜେତା ଏଆର ରେହମନ କମ୍ପୋଜ କରିଥିବା ଫିଲ୍ମର ଆନ୍ଥେମ ରିଲିଜ ହୋଇଛି । ଏହି ଗୀତ ଖାସ କରି ଭାରତୀୟ ଦର୍ଶକଙ୍କୁ ନଜରରେ ରଖି ପ୍ରସ୍ତୁତ କରାଯାଇଛି । ଗୀତକୁ ଫ୍ୟାନ୍ସ ମାନେ ଉତ୍ସାହର ସହ ଅପେକ୍ଷା କରିଥିଲେ । ମାର୍ବଲ ଷ୍ଟୁଡିଓ ଏହି ଗୀତର ରିଲିଜକୁ ନେଇ ଟ୍ୱିଟରରେ ଜଣାଇଥିଲେ ।

ଭିଡିଓରେ ଗୀତର ବୋଲ ରହିଛି ‘ରୋକେ ନା ରୁକେଙ୍ଗେ ଅବ ତୋ ୟାରା’ । ଏହି ଗୀତ ରିଲିଜ ହେବା ପରେ ଫ୍ୟାନ୍ସଙ୍କ ଉପରେ ଏତେମାତ୍ରାରେ ପ୍ରଭାବ ପକାଇ ପାରିନାହିଁ

ମାର୍ବଲ ଷ୍ଟୁଡିଓଜର ପ୍ରେସିଡେଂଟ କେବିନ ଫାଇଗି ଇଶାରା ଇଶାରାରେ କନଫର୍ମ କରିଛନ୍ତି । କେବିନ ଏକ ଇଂଟର ଭ୍ୟୁ ରେ କହିଛନ୍ତି ଏହି ଫିଲ୍ମକୁ ସେତିକି ରନିଂ ଟାଇମରେ ରିଲିଜ କରାଯିବ । ଏଠାରେ ଆମେ କହି ରଖୁଛୁ ଯେ ନିର୍ଦ୍ଦେଶକ ଜୋ ରୁସୋ ଅପ୍ରେଲରେ ମୁମ୍ବାଇ ଆସି ଫିଲ୍ମ ପ୍ରମୋସନ କରିବେ । ଏହାପୂର୍ବରୁ ଜୋ ରୁସୋ କହିଛନ୍ତି ଯେ ଟ୍ରେଲରରେ ଅନେକ ନକଲି ସିନ୍ସ ରହିଥିଲା ।

ଏହାସହ ଆଉ ଏକ ଖବର ସାମ୍ନାକୁ ଆସିଥିଲା ଏହି ଫିଲ୍ମ ୪ଟି ଭାଷାରେ ରିଲିଜ କରାଯିବ, ଯେପରିକି ହିନ୍ଦୀ, ଇଂରାଜୀ , ତାମିଲ ଏବଂ ତେଲୁଗୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More