Only for Entertainment

‘ଆଭେଂଜର: ଇନଫିନିଟି ୱାର’ ହିନ୍ଦୀ ଟ୍ରେଲର ରିଲିଜ, ଦମଦାର ଡାଏଲଗ ଏବଂ ଆକ୍ସନ ଜିଣିନେବ ହୃଦୟ ।

wegotthiscovered
0 75

ଜବରଦସ୍ତ ଆକ୍ସନ ସିନ ଏବଂ ଅନେକ ସୁପର ହିରୋଙ୍କୁ ନେଇ ହଲିଉଡ ଫିଲ୍ମ ‘ଆଭେଂଜର: ଇନଫିନିଟି ୱାର’ର ହିନ୍ଦୀ ଟ୍ରେଲର ରିଲିଜ ହୋଇଛି । ଏହି ଟ୍ରେଲରକୁ ବହୁ ସଂଖ୍ୟାରେ ଲୋକ ପସନ୍ଦ କରୁଛନ୍ତି । ଫିଲ୍ମ ‘ଆଭେଂଜର: ଇନଫିନିଟି ୱାର’ ଆଭେଂଜର ସିରିଜର ତୃତୀୟ ଫିଲ୍ମ ଏବଂ ମାର୍ବଲ ସିନେଟିକ ୟୁନିଭର୍ସର ୧୯ତମ ଫିଲ୍ମ ଅଟେ ।

ଏହି ଫିଲ୍ମରେ ୪୦ଜଣ ସୁପର ହିରୋ ଅଛନ୍ତି, ଯେଉଁମାନେ ନେଗେଟିଭ କ୍ୟାରେକ୍ଟରରେ ଥିବା ଥୋନାସଙ୍କ ସହ ଯୁଦ୍ଧ କରୁଛନ୍ତି । ୨ମିନିଟ ୩୦ସେକେଣ୍ଡର ଏହି ଭିଡିଓରେ ଆଇରନ ମ୍ୟାନ, ସ୍ପାଇଡର ମ୍ୟାନ, ଥର, କ୍ୟାପଟେନ ଆମେରିକା, ବ୍ଲାକ ବିଡୋ ଏବଂ ଭିଜନ ଭଳି ସୁପର ହିରୋ ନଜର ଆସିଛନ୍ତି । ଟ୍ରେଲରକୁ ଦେଖିଲେ ଜାଣିପାରିବେ ଯେ ଏହି ଫିଲ୍ମରେ ଥିବା ସମସ୍ତ କଳାକାରଙ୍କ ଡାଏଲଗ ମଧ୍ୟ ଦମଦାର ରହିଛି ।

ଏହି ଫିଲ୍ମକୁ ଏନ୍ଥୋନି ଏବଂ ଜୋ ରୁସି ନିର୍ଦ୍ଧେଶନା ଦେଇଛନ୍ତି । ଏହି ଫିଲ୍ମ ଆମେରିକାରେ ୪ମେ ୨୦୧୮ରେ ରିଲିଜ ହେବ ମାତ୍ର ଖୁସି ଖବର ଏହା ଯେ ଭାରତରେ ଏହା ଗୋଟେ ସପ୍ତାହ ପୂର୍ବରୁ ଅର୍ଥାତ ୨୭ ଅପ୍ରେଲ, ୨୦୧୮ରେ ରିଲିଜ ହେବ । ପୂର୍ବେ ଏହି ଫିଲ୍ମ ରଜନୀକାନ୍ତଙ୍କ ଫିଲ୍ମ ‘୨.୦’ସହ ରିଲିଜ ହେବାର ଥିଲା କିନ୍ତୁ ପରେ ଏହାର ରିଲିଜ ତାରିଖ ଆଗକୁ ବଡାଇ ଦିଆଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More