Only for Entertainment

ଘରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ । ଖର୍ଚ୍ଚାନ୍ତ ହୋଇପାରନ୍ତି ।

royaltyexchange.com
0 48

ଧନ ରୋଜଗାର କରିବା ଯେତିକି କଷ୍ଟ ତାହାକୁ ଖର୍ଚ୍ଚ କରିବା ସେତିକି ସହଜ । କିନ୍ତୁ ଘରେ ଧନକୁ ଠିକ ଭାବରେ ରଖିବା ପରେ ମଧ୍ୟ କେତେକ ସମସ୍ୟା ଆସିଥାଏ, ଏବଂ ଟଙ୍କା ସବୁ ଖର୍ଚ୍ଚ ହୋଇଯାଏ । ତେବେ ଏହା କେତେକ ବାସ୍ତୁକୁ ନେଇ ହୋଇଥାଏ । ଯାହା ଦ୍ୱାରା ସଂଚିଥିବା ଧନ ଖର୍ଚ୍ଚ ହୋଇଯାଏ । ତେବେ ଚାଲନ୍ତୁ ଜାଣିବା ତାହାର କାରଣ ।

ଧନ ରଖିଥିବା ସ୍ଥାନ ପାଖରେ ନୀଳ ରଙ୍ଗର ଚିତ୍ର ଲଗାଇବା ଅନୁଚିତ । ଏହା ଜଳକୁ ପ୍ରତିନିଧିତ୍ୱ କରିଥାଏ । ତେଣୁ ଜଳ ବୋହିଯିବା ଭଳି ଟଙ୍କା ମଧ୍ୟ ସରିଯାଏ ।

ବହୁ ମୂଲ୍ୟ ବସ୍ତୁକୁ ଉତ୍ତର-ପଶ୍ଚିମ ଦିଗରେ ନ ରଖିବା

୩ଟି ଦ୍ୱାର ଗୋଟିଏ ଲାଇନରେ ରହିବା ଦ୍ୱାରା ଚୋରିର ଭୟ ରହିଥାଏ ।

ପର୍ସ ଏବଂ ଆଲମାରୀରେ ଧନ ରଖିବା ସମୟରେ ଧ୍ୟାନ ରଖିବା ଦରକାରଯେ ତାହା ଯେପରି ଫଟାଫଟି ହୋଇନଥିବ । ସବୁବେଳେ ପର୍ସ କିମ୍ବା ଆଲମାରୀରେ ଶ୍ରୀଯନ୍ତ୍ର,ପୂଜା ସାମଗ୍ରୀ ଓ କୁବେର ଯନ୍ତ୍ର ରଖିବା ଉଚିତ ।

ଘର ଛାତ ଉପରେ କବାଡ଼ିଆ ଜିନିଷ କିମ୍ବା ଫାଲତୁ ଜିନିଷ ରଖିବା ଦ୍ୱାରା କ୍ଷତି ହୋଇଥାଏ । ଏହା ଦ୍ୱାରା ପରିବାର ସଦସ୍ୟଙ୍କ ଆର୍ଥିକ ସ୍ଥିତି ଉପରେ କୁପ୍ରଭାବ ପଡ଼ିଥାଏ ।

ଯେଉଁ ଆଲମାରୀର ବ୍ୟବହାର ହେଉନାହିଁ ତାହାର କବାଟ ବନ୍ଦ କରନ୍ତୁ । ଏହା ଖରାପ ପ୍ରଭାବ ପକାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More