Only for Entertainment

ଲମ୍ବା ସମୟ ପରେ ଏୟାରପୋର୍ଟରେ ସ୍ପଟ ହେଲେ ଆୟେଶା ଟାକିୟା !

59

ବଲିଉଡ ଅଭିନେତ୍ରୀ ଆୟେଶା ଟାକିୟା କିଛି ଦିନ ହେବ ଫିଲ୍ମ ଦୁନିଆରୁ ଖୁବ ଦୂରରେ ଅଛନ୍ତି । ନିକଟରେ ଆୟେଶାଙ୍କ ପୁଅ ସହ ଏୟାରପୋର୍ଟରେ ସ୍ପଟ ହୋଇଥିଲେ ଆୟଶା । ଏହି ସମୟରେ ତାଙ୍କ ଲୁକ ଖୁବ ଭିନ୍ନ ଥିଲା । ଆୟେଶାଙ୍କ ମଧ୍ୟରେ ଆଗ ଅପେକ୍ଷା ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି ।

ମିଡିଆ କ୍ୟାମେରା ଦେଖି ଆୟେଶା ଏବଂ ତାଙ୍କ ପୁଅ ଖୁବ ପୋଜ ଦେଇଛନ୍ତି । ଲୁକ ବିଷୟରେ କହିବାକୁ ଗଲେ ଆୟେଶା ଡେନିମ ଜିନ୍ସ ଏବଂ ଏହାସହ ଟି-ସାର୍ଟ ପିନ୍ଧିଥିଲେ ।

ଏଠାରେ ଆମେ କହିରଖୁଛୁ ଯେ ଆୟେଶା ଫିଲ୍ମ ଟାର୍ଜନ’ଜରିଆରେ ବଲିଉଡରେ ପାଦ ରଖିଥିଲେ । ଆୟେଶା ବଲିଉଡରେ ପାଦ ଦେବା ପରେ ତାଙ୍କୁ ଖୁବ ଅଫର ମିଳିଥିଲା କିନ୍ତୁ କିଛି ବର୍ଷ ପରେ ବିବାହ ବନ୍ଧନରେ ବାନ୍ଧି ହୋଇ ସେ ଫିଲ୍ମ ଦୁନିଆରୁ ବିଦାୟ ନେଇ ଯାଇଥିଲେ ।

କିଛି ଦିନ ପୂର୍ବେ ତାଙ୍କ ସର୍ଜରୀକୁ ନେଇ ନାଁ ଚର୍ଚ୍ଚା ଜୋର ଧରିଥିଲା । ସେମିତିବି ଆଗ ଅପେକ୍ଷା ଆୟେଶାଙ୍କ ଚେହେରାରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆୟେଶା ୱାଂଟେଡ, ଦିଲ ମାଙ୍ଗେ ମୋର, ସଲାମ-ଏ-ଇସ୍କ ଏହିଭଳି ଅନେକ ବଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More