Only for Entertainment

ଅଯୋଧ୍ୟାରେ ମନ୍ଦିର ଥିଲା ନା ମସଜିଦ! ଏହି ୪ଟି ଫିଲ୍ମରେ ସ୍ଥାନ ପାଇଛି ଅଯୋଧ୍ୟା ମାମଲା

India
59

ଅଯୋଧ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟ ତାଙ୍କର ଐତିହାସିକ ରାୟ ଶୁଣାଇଛନ୍ତି । ଏହି ବର୍ଷ ପୁରୁଣା ବିବାଦ ଉପରେ ଆଜି ପୂର୍ଣ୍ଣଛେଦ ପଡିଛି । କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ଅଯୋଧ୍ୟା ଜମିରେ ମନ୍ଦିର ନିର୍ମାଣ ହେବ ଏବଂ ମୁସଲମାନ ମାନଙ୍କୁ ଅନ୍ୟ ସ୍ଥାନରେ ୫ ଏକର ଜମି ଦିଆଯିବ । ତେବେ ବଲିଉଡ ଫିଲ୍ମରେ ମଧ୍ୟ ଅଯୋଧ୍ୟା ମାମଲା ସ୍ଥାନ ପାଇଛି । ତେବେ ଆସନ୍ତୁ ଜାଣିବା ଏହି ଫିଲ୍ମ ବିଷୟରେ-

ଗେମ ଅଫ ଅଯୋଧ୍ୟା-
ନିର୍ଦ୍ଦେଶକ ସୁନୀଲ ସିଂଙ୍କ ଫିଲ୍ମ ‘ଗେମ ଅଫ ଅଯୋଧ୍ୟା’ ଲିବ୍ରହାନ ଆୟୋଗର ରିପୋର୍ଟ ଉପରେ ଆଧାରିତ । ଏହି ଫିଲ୍ମ ୨୦୧୭ରେ ରିଲିଜ ହୋଇଥିଲା । ଫିଲ୍ମ ଅନେକ ରାଜନୈତିକ ଚେହେରାଙ୍କୁ କାଠଗଡାରେ ଠିଆ କରିଥିଲା । ଫିଲ୍ମରେ ସେ ସମୟର ନେତାମାନଙ୍କର ବାନସ୍ତବିକ ଚିତ୍ର ଦେଖିବାକୁ ମିଳିଛି ।

ସାତ ଖୁନ ମାଫ-
୨୦୧୧ରେ ଫିଲ୍ମ ‘ସାତ ଖୁନ ମାଫ’ ରିଲିଜ ହୋଇଥିଲା । ଏହି ସାଇକୋଲୋଜିକାଲ ଡ୍ରାମା ଫିଲ୍ମର ନର୍ଦ୍ଦେଶନା ଦେଇଥିଲେ ଭିଶାଲ ଭାରଦ୍ୱାଜ । ଫିଲ୍ମରେ ପ୍ରିୟଙ୍କା ଚୋପ୍ରା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମରେ ପ୍ରୟଙ୍କା ଚେପ୍ରା ଇରଫାନ ଖାନଙ୍କୁ କହୁଛନ୍ତି, ‘କୋଇ କହତା ହେ ଏକ ମସ୍ଜିଦ ଥି, କୋଇ କହତା ହେ ମନ୍ଦିର ଥା । ମନ୍ଦିର ୟେ ଚୁପ ହେ, ମସଜିଦ ହେ ଗୁମସୁମ, ଇବାଦତ ତକ ପଡେଗୀ ।’

ବ୍ଲାକ ଫ୍ରାଇଡେ-
ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଫିଲ୍ମ ବ୍ଲାକ ଫ୍ରାଇଡେ ମଧ୍ୟ ଏହି ଲିଷ୍ଟରେ ସାମିଲ ରହିଛି । ଏହି ଫିଲ୍ମ ଏତେ ବିବାଦରେ ରହିଥିଲା ଯେ, ସେନ୍ସର ବୋର୍ଡ ଏହି ଫିଲ୍ମ ଉପରେ ବ୍ୟାନ ଲଗାଇଦେଇଥିଲେ ।

ବମ୍ବେ ୧୯୯୫
ବାବରୀ ମସଜିଦ ଉପରେ ଫିଲ୍ମ ଆଧାରିତ । ଏହାର ନିର୍ଦ୍ଦେଶନା ମଣିରତ୍ନମ କରିଥିଲେ । ଅରବିନ୍ଦ ସ୍ୱାମୀ ଏବଂ ମନୀଷ କୋଇରାଲା ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ବାବରୀ ମସଜିଦ ଉପରେ ନିର୍ମିତ ଏହି ଫିଲ୍ମ ଭଲ ଆୟ କରିଥିଲା ଏବଂ ସଫଳ ମଧ୍ୟ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More