Only for Entertainment

ଲଭଯାତ୍ରୀ ସେଟକୁ ସଲମାନ ନ ଆସିବାରୁ ଖୁସି ହେଲେ ଭିଣୋଇ ଆୟୁଷ,ଜାଣନ୍ତୁ କାହିଁକି?

aajtak
27

ଆୟୁଷ ଶର୍ମାଙ୍କ ଡେବ୍ୟୁ ମୁଭି ଲଭଯାତ୍ରୀ ୫ ଅକ୍ଟୋବରକୁ ରିଲିଜ ହେବ । ଏଥିରେ ସେ ନ୍ୟୁକମର ୱାରିନା ହୁସୈନଙ୍କ ସହିତ ସ୍କ୍ରିନ ସେୟାର କରିଛନ୍ତି । ଫିଲ୍ମର ନର୍ଦ୍ଦେଶନା ଦେଇଛନ୍ତି ଅଭିରାଜ ମିନାବାଲା । ଫିଲ୍ମର ପ୍ରଡ୍ୟୁସର ହେଉଛନ୍ତି ସଲମାନ ଖାନ । କିନ୍ତୁ କ’ଣ ଆପଣ ଜାଣନ୍ତି କି ସଲମାନ କେବେ ମଧ୍ୟ ସେଟ୍କୁ ଯାଇ ନାହାଁନ୍ତି । ଏଥିପାଇଁ ଆୟୁଷ ଖୁବ ଖୁସି ଥିବା ଜଣାପଡ଼ିଛି ।
ବଲିଉଡ ଲାଇଫକୁ ଦିଆ ଯାଇଥିବା ଇଂଟରଭ୍ୟୁରେ ସେ କହିଛନ୍ତି ସଲମାନ ଫିଲ୍ମର ଆରମ୍ଭରେ ତାଙ୍କ ସହିତ ଜଡ଼ିତ ହୋଇଥିଲେ । ମ୍ୟୁଜିକ ବାଛିବା ପାଇଁ ମଧ୍ୟ ସେ ସ୍ୱାଧୀନତା ଦେଇଥିଲେ ଓ ଏହା ସହିତ ନିଜ ଇଛାରେ ସ୍ୱାଧୀନ ଭାବରେ ଅନ୍ୟ କାମ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । କିନ୍ତୁ କେବେ ମଧ୍ୟ ସେ ସେଟ୍କୁ ଆସିନଥିଲେ । ତେଣୁ ଆୟୁଷ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି । କାରଣ ସଲମାନ ଯଦି ସେଟରେ ରହିଥାନ୍ତେ ତେବେ ସେ ପର୍ଫମ କରିପାରି ନଥାନ୍ତେ ।

ଆୟୁଷ କହିଛନ୍ତିଯେ ସଲମାନ ତାଙ୍କ ମେଂଟର ଏବଂ ଗୁରୁ ମଧ୍ୟ । ତାଙ୍କ ଇମ୍ପ୍ରେଶ କରିବା ଖୁବ କଷ୍ଟ ହୋଇଥାନ୍ତା । ତେବେ ଏହି ଦିନ ମାନଙ୍କରେ ଆୟୁଷ ଏବଂ ୱାରିନା ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଦୁଇ ଜଣ ବିଗ ବସ ସେଟ୍କୁ ମଧ୍ୟ ଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More