Only for Entertainment

ଡେବ୍ୟୁ ଫିଲ୍ମରେ ଏହିଭଳି ରୋଲ ଚାହୁଁଥିଲେ ସଲମାନଙ୍କ ଭିଣୋଇ ।

Hindustan Times
0 35

ସଲମାନଙ୍କ ଭିଣୋଣ ଆୟୁଷ ଶର୍ମା ଫିଲ୍ମ ଲଭରାତ୍ରୀ ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହା ସଲମାନଙ୍କ ଫିଲ୍ମ ପ୍ରଡକ୍ସନ ହାଉସରେ ନିର୍ମାଣ କରାଯାଉଛି । ତାଙ୍କ ଅପୋଜିଟରେ ୱାରିନା ହୁସେନ ଅଭିନୟ କରୁଛନ୍ତି । କେତେକ ଫିଲ୍ମର ସ୍କ୍ରିପ୍ଟକୁ ମନା କରିବା ପରେ ଏହି ଫିଲ୍ମ କରିବା ପାଇଁ ସେ ରାଜି ହୋଇଥିଲେ । ନିକଟରେ ସେ କହିଛନ୍ତିଯେ ସେ ରୋମଂଟିକ ଚରିତ୍ରରୁ ନିଜ କ୍ୟାରିଅର ଆରମ୍ଭ କରିବାକୁ ଚାହୁଁଥିଲେ ।

ଆୟୁଷଙ୍କ କହିବା ଅନୁସାରେ ରୋମାଂଟିକ ଫିଲ୍ମ ତାଙ୍କୁ ଉତ୍ସାହିତ କରିଥାଏ । ତେଣୁ ସେ ସବୁବେଳେ ଜଣେ ରୋମାଂଟିକ ହିରୋ ଭାବରେ ବଲିଉଡରେ ଡେବ୍ୟୁ କରିବାକୁ ଇଛା ରଖିଥିଲେ । ଫ୍ୟାନ୍ସଙ୍କ ଠାରୁ ଟ୍ରେଲର ଏବଂ ଗୀତକୁ ନେଇ ଭଲ ରେସପନ୍ସ ମିଳିଥିବାରୁ ଖୁବ ଭଲ ଅନୁଭବ ରହିଛି ବୋଲି ସେ ପ୍ରକାଶ କରିଛନ୍ତି । କାରଣ ଏହା ଦ୍ୱାରା ତାଙ୍କର ଶକ୍ତି ଏବଂ ଇଛା ଶକ୍ତି ବଢିଛି ବୋଲି ସେ କହିଛନ୍ତି । କେବଳ ଉତ୍ସାହିତ ନୁହଁନ୍ତି ବରଂ ନର୍ଭସ ଥିବା କତା ମଧ୍ୟ ଆୟୁଷ କହିଛନ୍ତି । ତାଙ୍କ କହିବା ଅନୁସାରେ ବଲିଉଡରେ ତିଷ୍ଠି ରହିବା ଖୁବ କାଠିକର ପାଠ ।

ଆୟୁଷ ଏହା କହିଛନ୍ତିଯେ ବଲିଉଡରେ ଖୁବ ଜଣାଶୁଣା ଆକ୍ଟର ମଧ୍ୟ ରୋଲ ପାଇବା ପାଇଁ ସଂଘର୍ଷ କରୁଛନ୍ତି,ମୋତେ ସଲମାନ ଭାଇ ଲଂଚ କଲେ ନଚେତ ବହୁତ ଦିନ ଲାଗିଥାନ୍ତା । ଫିଲ୍ମ ୫ ଅକ୍ଟୋବରକୁ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More