Only for Entertainment

ଆୟୁଷ୍ମାନ ଥ୍ରୋବ୍ୟାକ ଫଟୋ ସେୟାର କରି ଜଣାଇଲେ ମନ କଥା !

24

ଆୟୁଷ୍ମାନ ଖୁରାନା କିଛିଦିନ ହେବ ଗୋଟେ ପରେ ଗୋଟେ ଫିଲ୍ମ ସୁଟ କରିଚାଲିଛନ୍ତି । ନିକଟରେ ଆସିଥିବା ଫିଲ୍ମ ଅନ୍ଧାଧୂନ ଏବଂ ବଧାଇ ହୋ ବକ୍ସଅଫିସରେ ଜବରଦସ୍ତ ହିଟ ରହିଥିଲା । ସେ ସୋସିଆଲ ମିଡ଼ିଆରେ ମଧ୍ୟ ଫିଲ୍ମ ଭଳି ଖୁବ ଆକ୍ଟିଭ ରୁହନ୍ତି ।ନିକଟରେ ଆୟୁଷ୍ମାନ  ନିଜର ଏକ ଫଟୋ ସୋସିଆଲ ମିିିଡିଆରେ ସେୟାର କରିଛନ୍ତି ।

ଏହି ଫଟୋ ସେୟାର କରି ଆୟୁଷ୍ମାନ ନିଜ ସମ୍ପର୍କରେ କିଛି ପୋଷ୍ଟ କରିଛନ୍ତି । ଯେତେବେଳେ କଲେଜ ପାସ କରିଥିଲେ ସମସ୍ତେ ନିଜ କ୍ୟାରିଅର କୁ ନେଇ ଅନେକ କିଛି ଭାବୁଥିବା ବେଳେ ତାଙ୍କ ମନରେ କିଛି ଚିନ୍ତା ନଥିଲା ବୋଲି ଏହି ପୋଷ୍ଟରେ ଜାହିର କରିଛନ୍ତି । ନିଜ ଭାବନାକୁ ପ୍ରକାଶ କରିବା ଲାଗି ୧୯୮୮ରେ ପରଦା କୁ ଆସିଥିବା ଆମୀରଙ୍କ ଫିଲ୍ମ କୟାମତ ସେ କୟାମତ ତକ ର ଗୀତ ପାପା କେହେତେ ହେଁ ବଡା ନାମ’ ର ଲାଇନ ତାଙ୍କ ଫଟୋରେ ଲେଖି ସେୟାର କରିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଆୟୁଷ୍ମାନ ବିକ୍କୀ ଡୋନର’ ଫିଲ୍ମ ରୁ ଡେବ୍ୟୁ କରିଥିଲେ, ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା ।ଏହା ପୂର୍ବରୁ ସେ ରିଆଲିଟି ଷୋ’ରେ ହୋଷ୍ଟ କରୁଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More