Only for Entertainment

ପୁଣିଥରେ ପରଦାରେ ଦେଖିବାକୁ ମିଳିବ ଆୟୁଷ୍ମାନ ଖୁରାନା –ଭୂମି ପେଡନେକରଙ୍କ ସୁପରହିଟ ଯୋଡି, ଏହି ଫିଲ୍ମରେ ଏକା ସହିତ ଆସିବେ ନଜର

NDTV Khabar
24

ଭୂମି ପେଡନେକର ଓ ଆୟୁଷ୍ମାନ ଖୁରାନାଙ୍କ ସୁପରହିଟ ଯୋଡି ପୁଣି ଥରେ ବଡ ପରଦାରେ ଦେଖିବାକୁ ମିଳିବ । ଏହି ଦୁଇ କଳାକାର ଯେବେ ବି ଏକା ସହିତ ନଜର ଆସିଛନ୍ତି ତାହା ସଫଳ ହୋଇଛି । ଏହି ସଫଳତାକୁ ଦେଖି ମେକର୍ସ ଫିଲ୍ମ ‘ବାଲା’ରେ ଭୂମି ଓ ଆୟୁଷ୍ମାନଙ୍କୁ ସାଇନ କରିଛନ୍ତି । ଫିଲ୍ମ ବାଲାର ନିର୍ଦ୍ଦେଶନା ଦେବେ ଅମର କୌଶିକ । କହିରଖୁଛୁ ଯେ, ଅମର କୌଶିକ ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁର ଷ୍ଟାରର ଫିଲ୍ମ ‘ସ୍ତ୍ରୀ’ର ନିର୍ଦ୍ଦେଶନା ଦେଇଥିଲେ ।

Ayushmann-Khurrana-and-Bhumi-Pednekar

ମିଳିଥିବା ସୂଚନା ଅନୁସାରେ ଫିଲ୍ମ ‘ବାଲା’ରେ ଆୟୁଷ୍ମାନ ଖୁରାନା ଜଣେ ଚନ୍ଦା ବ୍ୟକ୍ତି ଭୂମିକାରେ ନଜର ଆସିବେ । କାରଣ ଫିଲ୍ମର କାହଣୀ ଚନ୍ଦାପଣ ଉପରେ ଆଧାରିତ । କିନ୍ନତୁ ଫିଲ୍ମରେ ଭୂମି ପେଡନେକରଙ୍କ ଭୂମିକା ବିଷୟରେ କୌଣସି ଖୁଲାସା କରାଯାଇନାହିଁ । ଫିଲ୍ମକୁ ନେଇ ଭୂମି କହିଛନ୍ତି- ‘ମୁଁ, ଅମର ଏବଂ ଆୟୁଷ୍ମାନଙ୍କ ଚିନ୍ତାଧାରେ ଏକା ପରି । ଆମେ ୩ ଯେବେ ବି ଏକା ସହିତ କାମ କରୁ ଦର୍ଶକଙ୍କୁ କିଛି ନୂଆ ଦେବା ପାଇଁ ଚେଷ୍ଟା କରୁ । ଫିଲ୍ମକୁ ନେଇ ମୁଁ ଖୁବ ଉତ୍ସାହିତ ଅଛି ।’

ଆୟୁଷ୍ମାନଙ୍କ ବିଷୟରେ କହିବାକୁ ଗଲେ ସେ ସବୁବେଳେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିଛନ୍ତି । ବଲିଉଡର ବାକି ଷ୍ଟାରମାନେ ଯେଉଁ ରୋଲ ପାଇଁ ମନା କରିଥାନ୍ତି ଆୟୁଷ୍ମାନ ସେହି ଭୂମିକା କରି ସଫଳ ତା ହାସିଲ କରିଛନ୍ତି । ଆ ୟୁଷ୍ମାନ ଏବେ ନିଜର ଆଗାମୀ ଫିଲ୍ମ ଡ୍ରିମଗର୍ଲ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ସେ ସୀତା ଚରିତ୍ରରେ ନଜର ଆସିବେ । ଯେ କି ରାମଳୀଲାରେ ସୀତା ଭୂମିକା କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More