Only for Entertainment

ଆୟୁଷ୍ମାନଙ୍କ ବଡ ନିଷ୍ପତ୍ତି : ଫିଲ୍ମରୁ ନେବେ ଲମ୍ବା ବ୍ରେକ !

79

ବଲିଉଡ ଜଗତରେ ଭର୍ସାଟାଇଲ ଆୟୂଷ୍ମାନ ଖୁରାନା ଗତ ୨ବର୍ଷ ହେବ ଲଗାତାର ହିଟ ଫିଲ୍ମ ଦେବାରେ ଲାଗିଛନ୍ତି । ଫିଲ୍ମ ‘ବିକ୍କି ଡୋନର’ ଠାରୁ ଆରମ୍ଭ କରି ‘ଡ୍ରିମ ଗର୍ଲ’ପର୍ଯ୍ୟନ୍ତ ଷ୍ଟାର ପାଇଁ ଏତେ ସହଜ ନଥିଲା । ଜଣେ ଅଭିନେତା ଭାବେ ଆୟୁଷ୍ମାନ ଫ୍ୟାନ୍ସଙ୍କ ହୃଦୟରେ ନିଜ ପାଇଁ ଜାଗା ବନାଇ ପାରିଛନ୍ତି । କିନ୍ତୁ ଏବେ ଏହି ଷ୍ଟାର ଏହି କଳା ଜଗତରୁ ବ୍ରେକ ନେବା ପାଇଁ ଚାହୁଁଛନ୍ତି । ଚଳିତ ନଭେମ୍ବର ଠାରୁ ଆୟୁଷ୍ମାନ ଫିଲ୍ମ ଜଗତରୁ ଲମ୍ବା ବ୍ରେକ ନେଇ ପରିବାର ସହ ସମୟ ବିତାଇବା ପାଇଁ କହିଛନ୍ତି । ତାଙ୍କ କହିବା ମୁତାବକ ତାଙ୍କ ପିଲା ମାନଙ୍କୁ ଏବଂ ସ୍ତ୍ରୀଙ୍କୁ ଏବେ ସେ ସମୟ ଦେବା ପାଇଁ ଚାହୁଁଛନ୍ତି ।

ଆୟୁଷ୍ମାନ କହିଛନ୍ତି ଯେ ତାଙ୍କୁ ଜଣା ନାହିଁ ଏହି ବ୍ରେକ କେତେ ଦିନ ପର୍ଯ୍ୟନ୍ତ , ହୁଏତ ୨ କି ୩ମାସ ନହେଲେ ଅଧିକ ହୋଇପାରେ ।

ଅସଲରେ ପୂର୍ବ ବର୍ଷ ଏବଂ ଚଳିତ ବର୍ଷ ସେ ୪ଟି ଫିଲ୍ମ ସୁଟ ଶେଷ କରିଛନ୍ତି । ଏବେ ସେ ନିଜ ପରିବାରକୁ ସମୟ ଦେବାକୁ ଚାହୁଁଛନ୍ତି । ଏହି କାରଣରୁ ସେ ନଭେମ୍ବର ଠାରୁ ବ୍ରେକ ନେବା ପାଇଁ ଚାହୁଁଛନ୍ତି । ‘ଶୁଭମଙ୍ଗଳ ଜ୍ୟାଦା ସାବଧାନ’ର ସୁଟିଂ ଶେଷ କରିବା ପରେ ସେ ‘ବାଲା’ର ପ୍ରମୋଶନ ପାଇଁ ବ୍ୟସ୍ତ ରହିବେ ଏବଂ ଏହାପରେ ସେ ବିଲକୁଲ ଫ୍ରି ହୋଇ ପରିବାରକୁ ସମୟ ଦେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More