Only for Entertainment

ଏହି ବଲିଉଡ ଅଭିନେତ୍ରୀଙ୍କ କହିବା କାରଣରୁ ହିଲ ପିନ୍ଧି ଡାନ୍ସ କଲେ ଆୟୁଷ୍ମାନ, ଦେଖନ୍ତୁ ମଜାଦାର ଭିଡିଓ !

41

ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ଏବଂ ଅଭିନେତ୍ରୀ ନୁସରତ ଭରୁଚାଙ୍କ ଫିଲ୍ମ ‘ଡ୍ରିମ ଗର୍ଲ’ ଚଳିତ ମାସ ୧୩ତାରିଖରେ ରିଲିଜ ହେବ । ନିକଟରେ ଫିଲ୍ମ କଳାକାର ଆୟୁଷ୍ମାନ ଖୁରାନା ଏବଂ ନୁସରତ ଭରୁଚା ‘ନଚବଲିୟେ୯’ ସେଟରେ ଡ୍ରିମଗର୍ଲ ପ୍ରମୋଶନ ପାଇଁ ଆସିଥିଲେ, ଯେଉଁଠି ସେ ପ୍ରତିଯୋଗୀ ଏବଂ ବିଚାରକଙ୍କ ସହ ଖୁବ ମସ୍ତି କରିଥିଲେ । ଏହି ଶୋ’ରେ ଆୟୁଷ୍ମାନ ହିଲ ପିନ୍ଧି ଡାନ୍ସ କରିଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆୟୁଷ୍ମାନଙ୍କ ଏହି ଭିଡିଓକୁ ଷ୍ଟାରପ୍ଲସ ନିଜ ଇନଷ୍ଟାଗ୍ରାମ ପେଜରେ ଶେୟାର କରିଛି । ଭିଡିଓରେ ଆୟୁଷ୍ମାନଙ୍କ ସହ ବିଚାରକ ଅହମଦ ମଧ୍ୟ ଡାନ୍ସ କରିଥିଲେ ।


ଏଠାରେ ଆମେ କହି ରଖୁଛୁ ଯେ ‘ଡ୍ରିମଗର୍ଲ’ରେ ଆୟୁଷ୍ମାନ ନିଜ ଅନ୍ୟ ଫିଲ୍ମ ମାନଙ୍କ ଠାରୁ ନିଆରା ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ନୁସରତ ଭରୁଚା ଏବଂ ମନଜୋତ ସିଂ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ରାଜ ଶାଣ୍ଡିଲ୍ୟ ଏବଂ ଫିଲ୍ମ ୧୩ସେପ୍ଟେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More