Only for Entertainment

ବମ୍ବେ ହାଇକୋର୍ଟରେ ଆୟୁଷ୍ମାନଙ୍କ ବିରୁଦ୍ଧରେ ମାମଲା ହେଲା ରୁଜୁ , ଲାଗିଲେ କାହାଣୀ ଚୋରି କରିବା ଆରୋପ !

20

ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ପାଇଁ ବିଗତ ବର୍ଷ ଖୁବ ଧମାକାଦାର ଥିଲା କିନ୍ତୁ ଚଳିତ ବର୍ଷ ଆରମ୍ଭରୁ ହିଁ ସେ ଆଇନଗତ ମାମଲାରେ ଫସି ଯାଇଛନ୍ତି । ଅସଲରେ ଆୟୂଷ୍ମାନ, ନିର୍ଦ୍ଦେଶକ ଅମର କୌଶିକ ଏବଂ ପ୍ରଡ୍ୟୁସର ଦିନେଶ ବିଜାନ ଫିଲ୍ମ ‘ବାଲା’ ବନାଉଛନ୍ତି । ଆସିଷ୍ଟାଂଟ ଡିରେକ୍ଟର କମଲକାନ୍ତ ଚନ୍ଦ୍ରା ଆରୋପ ଲଗାଇଛନ୍ତି ଯେ ‘ବାଲା’ କାହାଣୀ ତାଙ୍କ ଫିଲ୍ମ ‘ବିଗ’ କାହାଣୀରୁ ଚୋରି କରାଯାଇଛି । ଯାହାକୁ ଆଧାର କରି ଆସିଷ୍ଟାଂଟ ଡିରେକ୍ଟର ବମ୍ବେ ହାଇକୋର୍ଟରେ ଏହି ତିନି ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି । ଏହି ଫିଲ୍ମ ବୟସ ପୁର୍ବରୁ ଲଣ୍ଡା ହୋଇଯିବା ବ୍ୟକ୍ତିର କାହାଣୀ ଉପରେ ଆଧାରିତ ।

ଏକ ରିପୋର୍ଟ ମୁତାବକ କମଲ କାନ୍ତ ଚନ୍ଦ୍ରା କୋର୍ଟରେ କହିଛନ୍ତି ଯେ ସେ ଏହି କାହାଣୀ ଆୟୁଷ୍ମାନଙ୍କ ସହ ହ୍ୱାଟ୍ସଅପରେ ଶେୟାର କରିଥିଲେ । ଏହାପରେ ଆୟୁଷ୍ମାନଙ୍କୁ ଏହି କାହାଣୀ ଖୁବ ପସନ୍ଦ ଆସିଥିଲା । କିିଛି ସମୟ ପରେ ସେ କମଲକାନ୍ତଙ୍କୁ ରିପ୍ଲାଇ ଦେବା ବନ୍ଦ କରିଦେଇଥିଲେ । ସେ ତାଙ୍କର କାହାଣୀକୁ କନସେପ୍ଟରେ ହିଁ ଘୋଷଣା କରିଥିଲେ ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଆୟୁଷ୍ମାନ ଫିଲ୍ମ ‘ଆର୍ଟିକଲ୧୫’ରେ ନଜର ଆସିବାକୁ ଯାଉଛନ୍ତି । ବିଗତ ଦିନରେ ଏହି ଫିଲ୍ମର ଫାଷ୍ଟ ଲୁକ ସାମ୍ନାକୁ ଆସିଥିଲା । ଆୟୁଷ୍ମାନ ଫଟୋରେ ଜଣେ ଆଇପିଏସ ଅଫିସର ଭୂମିକାରେ ନଜର ଆସିଥିଲେ ଏବଂ ତାଙ୍କ ପଛରେ ନୀଳ ବତି ଥିବା ପୁଲିସ ଗାଡି ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More