Only for Entertainment

‘ଡ୍ରିମ ଗର୍ଲ’ ପରେ ଆୟୁଷ୍ମାନ ଖୁରାନାଙ୍କ ହାତରେ ଲାଗିଲା ଆଉ ଏକ ପ୍ରୋଜେକ୍ଟ, ପୋଲିସ ଅଫିସର ଭୂମିକାରେ ଆସିବେ ନଜର

taran adarsh twitter post
31

ଗତ ବର୍ଷ ରିଲିଜ ହୋଇଥିବା ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ବଧାଇ ହୋ’ ଏବଂ ‘ଅନ୍ଧାଧୁନ’ ବକ୍ସ ଅଫିସରେ ସୁପରହିଟ ହେବା ପରେ ତାଙ୍କ ଚର୍ଚ୍ଚା ଏବେ ସବୁଠି ଦେଖିବାକୁ ମିଳୁଛି । ଏବେ ସମସ୍ତେ ତାଙ୍କର ଆଗାମୀ ଫିଲ୍ମକୁ ଚାହିଁ ବସିଛନ୍ତି । ଏପରି କି ଦର୍ଶକଙ୍କ ସହିତ କ୍ରିଟିକ୍ସଙ୍କ ନଜର ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ଉପରେ ରହିଛି । ଆୟୁଷ୍ମାନ ଖୁରାନା ଆମିର ଖାନଙ୍କ ରାସ୍ତାରେ ଯାଇ କଣ୍ଟେଣ୍ଟ ବେସ୍ଡ ଫିଲ୍ମକୁ ସାଇନ କରୁଥିବା ଦେଖିବାକୁ ମିଳୁଛି ।

ଆମେ ଆପଣଙ୍କୁ ପୂର୍ବରୁ କହିଥିଲୁ ଯେ, ଖୁବ ଶୀଘ୍ର ଆୟୁଷ୍ମାନ ଖୁରାନା ‘ଡ୍ରିମଗର୍ଲ’ ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମର ସୁଟିଂ ଏବେ ଚାଲିଥିବା ବେଳେ ଆୟୁଷ୍ମାନଙ୍କ ହାତରେ ଆଉ ଏକ ପ୍ରୋଜେକ୍ଟ ଲାଗିଛି ।


ଖବର ଅନୁସାରେ ଆୟୁଷ୍ମାନ ଖୁରାନା ଖୁବ ଶୀଘ୍ର ଅନୁଭବ ସିହ୍ନାଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମରେ ଆୟୁଷ୍ମାନ ଖୁରାନା ଏକ ପୋଲିସ ଅଫିସର ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ବିଷୟରେ ଅଫିସିଆଲ ଭାବେ ଘୋଷଣା କରାଯାଇଥିବା ବେଳେ ଫିଲ୍ମରେ ଆୟୁଷ୍ମାନଙ୍କ ଫାଷ୍ଟ ଲୁକ ଜାରି କରାଯାଇଛି । ଜଣାଶୁଣା ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି ଏହି ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି ।

ଏହି ଫିଲ୍ମରେ ଆୟୁଷ୍ମାନ ଖୁରାନା ଇଶା ତଲବାରଙ୍କ ସହିତ ସ୍କ୍ରିନ ସେୟାର କରିବେ । ଦୁହିଁଙ୍କ ବ୍ୟତିତ ଫିଲ୍ମରେ ମନୋଜ ପହବା ଏବଂ ସୟାନୀ ଗୁପ୍ତା, ମୁକୁନ୍ଦ ମିଶ୍ର ଏବଂ ମୋହମ୍ମଦ ଦୀଶାନ ଅୟୁବ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଫିଲ୍ମର ସୁଟିଂ ୧ ମାର୍ଚ୍ଚରୁ ଲକ୍ଷେ୍ନøରେ ଆରମ୍ଭ ହୋଇସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More