Only for Entertainment

ପତ୍ନୀ ତାହିରାଙ୍କ ପାଇଁ ‘କରବାଚୌଥ’ ବ୍ରତ ରଖିଲେ ଅଭିନେତା ଆୟୁଷ୍ମାନ ଖୁରାନା, ଦେଖନ୍ତୁ ଭିଡିଓ

BollywoodShaadis
40

୧୭ ଅକ୍ଟୋବର ଗୁରୁବାର ପୂରା ଦେଶରେ କରବାଚୌଥ ବ୍ରତ ପାଳନ କରିଛନ୍ତି । ଏହି ଦିନ ବିବାହିତା ନାରୀମାନେ ପତିଙ୍କ ଲମ୍ବା ଆୟୁଷ ପାଇଁ ବ୍ରତ ରଖିଥାନ୍ତି । କିନ୍ତୁ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ପ୍ରତିବର୍ଷ ପତ୍ନୀ ତାହିରାଙ୍କ ପାଇଁ ଏହି ବ୍ରତ ରଖିଥାନ୍ତି ।

ଆୟୁଷ୍ମାନ ଖୁରାନା ପତ୍ନୀ ତାହିରା କଶ୍ୟପଙ୍କୁ ଖୁବ ଭଲ ପାଇଥାନ୍ତି ଏୂବଂ ଏହା ସମସ୍ତଙ୍କୁ ଜଣା । ଆୟୁଷ୍ମାନ ଖୁରାନା ନିଜ ଅନ୍ଦାଜରେ ପତ୍ନୀ ତାହିରାଙ୍କ ପ୍ରତି ଥିବା ନିଜର ଭଲପାଇବାକୁ ପ୍ରକାଶ କରିଥାନ୍ତି । ତାହିରା ନିଜ ସୋସିଆଲ ମିଡିଆରେ ଏକ କ୍ୟୁଟ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଆୟୁଷ୍ମାନ ଖୁରାନା କରବାଚୌଥ ବ୍ରତ ଭାଙ୍ଗୁଥିବାର ଦେଖିବାକୁ ମିଳିଛି ।

ତାହିରା ଅନେକ ଦିନରୁ କ୍ୟାନସର ଚିକିତ୍ସା କରାଉଛନ୍ତି । ସେଥିପାଇଁ ସେ ବ୍ରତ ରଖିପାରୁ ନାହାଁନ୍ତି । ଏପରି ସ୍ଥିତିରେ ଆୟୁଷ୍ମାନ ତାହିରାଙ୍କ ଲମ୍ବା ଆୟୁଷ ପାଇଁ ବ୍ରତ ରଖିଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଫ୍ୟାନ୍ସଙ୍କୁ ମଧ୍ୟ ଖୁବ ପସନ୍ଦ ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More