ଅଭିନେତା ଆୟୁଷ୍ମାନ ଖୁରାନା କିଛି ଦିନ ହେବ ବାରଣାସୀରେ ଫିଲୁ୍ମ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’ସୁଟିଂରେ ବ୍ୟସ୍ତ ଅଛନ୍ତି । ବାରଣାସୀ ରେଲୱେ ଷ୍ଟେସନ ପ୍ଲାଟଫର୍ମରେ ଫିଲ୍ମ ସୁଟିଂ ଚାଲିଥିଲା । ଆୟୁଷ୍ମାନଙ୍କ ସହ ଅଭିନେତ୍ରୀ ମାନବୀ ଗଗରୁ ଫିଲ୍ମରେ ଅଭିନୟ କରୁଥିଲେ ।
ରେଲୱେ ଷ୍ଟେସନରୁ ବାହାରକୁ ଆସୁଥିବା ଆୟୁଷ୍ମାନ ଭିନ୍ନ ଲୁକରେ ନଜର ଆସିଥିଲେ । ଅସଲରେ ଆୟୁଷ୍ମାନ ଫିଲ୍ମ ସୁଟିଂ ପାଇଁ ନାକ ଫୁଲ ଲଗାଇଥିଲେ । ଆୟୁଷ୍ମାନ ଫିଲ୍ମରେ ଗେ’ ଭୂମିକା ତୁଲାଇଛନ୍ତି । ଏହିକାରଣରୁ ସେ ନାକ ଫୁଲ ଲଗାଇଛନ୍ତି ।
ଆୟୁଷ୍ମାନ ସବୁବେଳେ ବଲିଉଡରେ ୟୁନିକ ସ୍କ୍ରିପ୍ଟ ଏବଂ ଭୂମିକା ପାଇଁ ପରିଚିତ । ‘ବିକି ଡୋନର’ ଠାରୁ ନେଇ ‘ବଧାଇ ହୋ’ ଫିଲ୍ମରେ ଆୟୁଷ୍ମାନ ନିଜ ଟ୍ୟାଲେଂଟ ପ୍ରମାଣିତ କରିଛନ୍ତି । ଏଥର ମଧ୍ୟ ତାଙ୍କ ଭୂମିକା ରହିଛି ନିଆରା । ଫିଲ୍ମରେ ଦର୍ଶକଙ୍କୁ ସମଲିଙ୍ଗ ଉପରେ ମେସେଜ ମଧ୍ୟ ଦିଆଯିବ ।