Only for Entertainment

ବିବାହ ବିଚ୍ଛେଦର ୩ ବର୍ଷ ପରେ ପୁଣିଥରେ ବିବାହ କରିବେ ହ୍ରିତିକ !

Perú21
0 43

ପତ୍ନୀ ସୁଜେନ ଖାନଙ୍କ ଠାରୁ ବିବାହ ବିଚ୍ଛେଦ ହେବା ପରେ ହ୍ରିତିକ ରୋଶନଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହିତ ଯୋଡା ହୋଇଥିଲେ ମଧ୍ୟ ବିବାହ ଖବର ଶୁଣିବାକୁ ମିଳିନଥିଲା । ବର୍ତ୍ତମାନ ଚର୍ଚ୍ଚା ହେଉଛି ଯେ ହ୍ରିତିକ ପୁଣି ଥରେ ବିବାହ କରିବା ପାଇଁ ଯାଉଛନ୍ତି । ହ୍ରିତିକ ଏଥିପାଇଁ ଝିଅ ମଧ୍ୟ ଠିକ କରିସାରିଛନ୍ତି । ବିବାହ ପାଇଁ ସେ ଯାହାକୁ ଠିକ କରିଛନ୍ତି ତାଙ୍କ ନାମ ଶୁଣିଲେ ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବ । ହ୍ରିତିକଙ୍କ ଜୀବନରେ ପୁଣିଥରେ ସୁଜେନଙ୍କର ରି-ଏଣ୍ଟ୍ରି ହେବାକୁ ଯାଉଛି । ଆଜ୍ଞା ହଁ ହ୍ରିତିକ ରୋଶନ ଏବଂ ସୁଜେନ ଖାନ ପୁଣିଥରେ ବିବାହ କରିବେ । ତେବେ ଏହି ଖବରରେ କେତେ ସତ୍ୟତା ଅଛି, ତା’ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳି ନାହିଁ ।

hrithik-sussanne-insta

ଏହି ପ୍ରେମୀ ଯୁଗଳ ୨୦୦୦ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଦୀର୍ଘ ୧୪ ବର୍ଷ ବୈବାହିକ ଜୀବନ କଟାଇବା ପରେ ୨୦୧୪ରେ ଦୁହେଁ ଆଇନତଃ ଅଲଗା ହୋଇଯାଇଥିଲେ । ପ୍ରେମ ବିବାହ ଏବଂ ପରେ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଥିଲେ ହ୍ରିତିକ ଓ ସୁଜେନ । ବିବାହ ବିଚ୍ଛେଦ ହେବାର କିଛି ବର୍ଷ ପରେ ଦୁହେଁ ପୁଣିଥରେ ଏକାଠି ରହିବାକୁ କୁଆଡେ ନିଷ୍ପତି ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ଏହାର କାରଣ କ’ଣ ଜାଣନ୍ତି କି? ପିଲାଙ୍କ ପାଇଁ । ଅର୍ଥାତ, ଦୁଇ ପୁଅଙ୍କ ଭବିଷ୍ୟତକୁ ଲକ୍ଷ୍ୟ କରି ଏଭଳି ନିଷ୍ପତି ନେଇଛନ୍ତି ବୋଲି ଆଲୋଚନା ହେଉଛି ।

ଉଲ୍ଲେଖଯୋଗ୍ୟ ବିବାହ ବିଚ୍ଛେଦ ପରେ ମଧ୍ୟ ଦୁଇ ଜଣଙ୍କୁ ପିଲାଙ୍କ ସହିତ ଏକାସହ ଛୁଟି କଟାଇଥିବାର ଦେଖିବାକୁ ମିଳିଥିଲା । ଏବଂ ହ୍ରିତିକଙ୍କ ଜନ୍ମଦିନରେ ମଧ୍ୟ ସୁଜେନ ଏକ ଫଟୋ ପୋଷ୍ଟ କରିବା ସହିତ ଏକ ସୁନ୍ଦର ମେସେଜ ମଧ୍ୟ ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More