Only for Entertainment

ରିଲିଜ ହେଲା ‘ବାଗି-୨’ର ନୂଆ ଗୀତ ‘ସୋନିଏ ଦିଲ୍ ନହିଁ’, ଦେଖିବାକୁ ମିଳିଲା ଟାଇଗର-ଦିଶାଙ୍କ ଲଭ କେମେଷ୍ଟ୍ରୀ

zee news
0 97

ବଲିଉଡ ଅଭିନେତା ଟାଇଗର ଶ୍ରଫ ଏବଂ ଅଭିନେତ୍ରୀ ଦିଶା ପଟ୍ଟାନୀଙ୍କ ଅଭିନିତ ଫିଲ୍ମ ‘ବାଗି-୨’ ଶୁକ୍ରବାର ରିଲିଜ ହୋଇଛି । ଫିଲ୍ମକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଫିଲ୍ମରେ ଟାଇଗରଙ୍କ ଅଭିନୟ ଏବଂ ତାଙ୍କ ଆକ୍ସନ ଦର୍ଶକଙ୍କ ମନକୁ ଛୁଇଁପାରିଛି । ସେହିପରି ଦିଶା ଏବଂ ଟାଇଗରଙ୍କ କେମେଷ୍ଟ୍ରୀ ମଧ୍ୟ ଦର୍ଶକଙ୍କୁ ଆକୃଷ୍ଠ କରୁଛି ।

ଯଦି ଆପଣ ଏପର୍ଯ୍ୟନ୍ତ ଫିଲ୍ମ ଦେଖିନାହାନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ଫିଲ୍ମର ନିର୍ମାତା କିଛି ସମୟ ପୂର୍ବରୁ ଫିଲ୍ମର ଏକ ଗୀତ ‘ସୋନିଏ ଦିଲ୍ ନହିଁ’କୁ ରିଲିଜ କରିଛନ୍ତି । ଏହି ଗୀତରେ ଟାଇଗର ଏବଂ ଦିଶାଙ୍କ କେମେଷ୍ଟ୍ରୀ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ । ଏହି ଗୀତରେ ଟାଇଗର ଏବଂ ଦିଶାଙ୍କ କଲେଜ ଲାଇଫକୁ ଦର୍ଶାଯାଇଛି ।

ଅମିତ ତିୱାରୀ ଏବଂ ଶ୍ରୁତି ପାଠକ ଏହି ଗୀତକୁ ଗାଇଥିବା ବେଳେ ଗୀତର ଲିରିକ୍ସ କୁମାର ଲେଖିଛନ୍ତି । ଦେଖନ୍ତୁ ପୁରା ଗୀତ…

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More